ବିଶିଷ୍ଟ ପଣ୍ଡିତ ତଥା ପୁରାଣପଣ୍ଡା ଭଗବାନ ଦାସ ଥିଲେ ଚରିତ୍ରବାନ୍, ଧାର୍ମିକ ଓ ଏକାନ୍ତ ଭାବରେ ଶ୍ରୀଜଗନ୍ନାଥ ପ୍ରାଣ । ତାଙ୍କ ଧର୍ମପତ୍ନୀ ପଦ୍ମାବତୀ ଦେବୀ ମଧ୍ୟ ଅନୁରୂପ ଭାବରେ ଥିଲେ ଧାର୍ମିକା, ସ୍ୱାମୀ ଅନୁଗତା ଓ ଶ୍ରୀଜଗନ୍ନାଥପ୍ରାଣ । ଦାରିଦ୍ର୍ୟ ଥିଲା ଏହି ପରିବାରର ସହଚର । ଏହିଭଳି ଏକ ପରିବାରରେ ବିଭୂ କରୁଣାରୁ ଜାତ ଜଗନ୍ନାଥ ଦାସ ମାତ୍ର ଦ୍ୱାଦଶ ବର୍ଷ ବୟସ ବେଳକୁ ବେଦ, ବେଦାନ୍ତ, ବ୍ୟାକରଣ, ତଥା ପ୍ରସ୍ଥାନତ୍ରୟୀ ଗ୍ରନ୍ଥପାଠ କରି ପାଣ୍ଡିତ୍ୟ ଅର୍ଜନ କରି ସାରିଥିଲେ । ତା ସହିତ ବଂଶ ପରମ୍ପରାକୁ ଆଧାର କରି ସେ ପିଲାଟି ଦିନରୁ ପୁରାଣପାଠ କରିବା ଓ ସାଧାରଣ ବ୍ୟକ୍ତିଙ୍କୁ ଓଡ଼ିଆରେ ଅର୍ଥକରି ବୁଝାଇବାଦ୍ୱାରା ତାଙ୍କ ଜ୍ଞାନ ପରିମାର୍ଜିତ ହେବା ସହିତ ପରିବର୍ଦ୍ଧିତ ହୋଇ ଚାଲିଥିଲା
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy