ଦିନ ଥିଲା, ଯେତେବେଳେ ୟୁରୋପର ଶାନ୍ତିରକ୍ଷା ଓ ଶତ୍ରୁ ଦମନ ନିମନ୍ତେ ରାଜା ନାଇଟ ସମ୍ପ୍ରଦାୟ ସୃଷ୍ଟି କରିଥିଲେ ଏବଂ ଜନସାଧାରଣ ସେମାନଙ୍କୁ ଦେବଦୂତ ପରି ସମାଦର କରୁଥିଲେ । ବାସ୍ତବିକ ବୀର ପୁଙ୍ଗବମାନେ ହିଁ ନାଇଟ ଉପାଧିରେ ଭୂଷିତ ହେଉଥିଲେ । ସେତେବେଳେ ଦେଶରେ ପୋଲିସ ନଥିଲା । ଏହି ନାଇଟମାନେ ଚାରିଆଡ଼େ ବୁଲି ବୁଲି ଦୁଷ୍ଟ ବିନାଶି ଶାନ୍ତ ଜନଙ୍କୁ ପାଳୁଥିଲେ । କିନ୍ତୁ କାଳକ୍ରମେ ଦେଶରେ ରାଜାମାନଙ୍କର ଶାସନ ପ୍ରତିଷ୍ଠିତ ହେଲା; ରାଜକର୍ମଚାରୀମାନେ ନିଯୁକ୍ତ ହେଲେ ଏବଂ ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ରାଜ ସୈନ୍ୟର ଘାଟି ବସିଲା । ନୂତନ ବ୍ୟବସ୍ଥାରେ ଶାସନକାର୍ଯ୍ୟ ସ୍ଥାୟୀ ଭାବରେ ନିର୍ବାହ ହେଲା । ସୁତରାଂ ନାଇଟ ସମ୍ପ୍ରଦାୟର ଅସ୍ତିତ୍ଵ ଆଉ ରହିଲା ନାହିଁ ।
ଲେଖକ- ଲକ୍ଷ୍ମୀନାରାୟଣ ମହାନ୍ତି ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy