ମୁଁ କେତେଥର ପାଷାଣ ଦେବତା ପାଖରେ ଛିଡ଼ାହୋଇ ମୋର ଅନ୍ତର କଥା ଜଣାଇଛି । ମାତ୍ର କେବେହେଲେ ପ୍ରତିମା ମୋର କାମନା ପୂର୍ଣ୍ଣ କରିନାହାନ୍ତି । ମୋର ଆଖିଝରା ଲୁହରେ କେତେଥର ତାଙ୍କର ଚରଣ ପଖାଳିଛି କିନ୍ତୁ ପାଷାଣ ଦେବତା ମୋର ସମସ୍ତ କାକୁତିମିନତିକୁ ପାଦରେ ଠେଲିଦେଇଛନ୍ତି । ମୁଁ ତାଙ୍କୁ ରାଗରେ କେତେଥର କହିଛି...ଦେବତା...ତୁମେ ଦେବତା ନୁହେଁ...ତୁମେ ପାଷାଣ...ତୁମେ ବଧୀର...ତୁମେ ନିର୍ଜୀବ ଶିଳାଖଣ୍ଡ ମାତ୍ର...। ହେଲେ ଆଜି ବୁଝିଛି, ସେ ପାଷାଣ ଦେବତା ନୁହନ୍ତି...ସେ ଗରିବର ଦେବତା......ଭକ୍ତର ଭଗବାନ, ସେ ମୋର ବୀନତି ଶୁଣିଛନ୍ତି ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy