ଗଛ ଅଗରେ ପେନ୍ଥାକୁ ପେନ୍ଥା ପାଚଲା ଖଜୁରି କୋଳି ଝୁଲୁଥାଏ । ଆଉ କିଛି କୋଳି ପକେଟରେ ପୂରାଇ ତଳକୁ ଓହ୍ଲାଇ ଆସିଲେ । କାହ୍ନୁ ଓ ଜହ୍ନମାମୁଁଙ୍କୁ ଏହି କୋଳିଗୁଡ଼ିକ ଦେଲେ । କାହ୍ନୁକୁ ଖଜୁରି କୋଳି ଭାରି ଭଲ ଲାଗିଲା । କିନ୍ତୁ ତା’ ମନରେ ଭାରି ଦୁଃଖ ହେଲା ଯେ ସେ ଖଜୁରିଗଛ ଚଢ଼ିପାରିଲା ନାହିଁ । ଘୋଡ଼ା ଚଢ଼ିବା ଓ ବର୍ଚ୍ଛା ମାରିବା ବାଳକମାନଙ୍କର ଆଉ ଗୋଟିଏ ପ୍ରିୟ ଖେଳ । ମରୁଭୂମିରେ ଅନେକ ଡକାୟତ ଦଳ ଥାଆନ୍ତି । ଅନେକ ସମୟରେ ଡକାୟତ ଦଳଙ୍କ ସାଙ୍ଗରେ ଲଢ଼ିବାକୁ ହୁଏ । ତେଣୁ ବାଳକମାନେ ପିଲାଦିନୁ ଏ ଦୁଇ ଖେଳ ଶିଖନ୍ତି ।
ଲେଖକ- ଅଧିରାଜ ମୋହନ ସେନାପତି ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: 12
Copyright © 2026 Odia Virtual Academy. All rights reserved Total Visitors- 1
Powered by: Odia Virtual Academy