୧୯୫୬ ମସିହାରେ, ପ୍ରଖ୍ୟାତ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କର ‘ଝନ୍ଜା’ ଉପନ୍ୟାସକୁ ଗୋପାଳ ଛୋଟରାୟ ନାଟ୍ୟରୂପ ଦିଅନ୍ତି । ମୂଳ ଉପନ୍ୟାସର କଥାବସ୍ତୁକୁ ଅବ୍ୟାହତ ରଖି ନାଟ୍ୟକାର ଏହାକୁ ନାଟ୍ୟରୂପ ଦେଇ ଅଛନ୍ତି । କିନ୍ତୁ ନାଟ୍ୟକାର ବିଶୟବସ୍ତୁର କୌଣସି ଅଂଶକୁ ଉପେକ୍ଷା ଯେ କରିନାହାନ୍ତି ଏହା ହିଁ ତାଙ୍କ ନାଟ୍ୟ ସଫଳତାର ପରିଚାୟକ । ଘଟଣାର ଘାତ ପ୍ରତିଘାତ ମଧ୍ୟରେ ଚରିତ୍ରମାନଙ୍କ ମାନସିକ ଦ୍ୱନ୍ଦ ଅତି ବାସ୍ତବ ଭାବରେ ଚିତ୍ରିତ ହୋଇଛି । ସଂଳାପ ସ୍ଥାନେ ସ୍ଥାନେ ଅତି ଦାର୍ଘ ହେଲେ ମଧ୍ୟ କୌଣସିଠାରେ ନାଟକର ଚମତ୍କାରିତା ହରାଇ ନାହିଁ । ନାଟକୀୟ ଉତ୍କଣ୍ଠା ଅକ୍ଷୂର୍ଣ୍ଣ ରହିଛି । କ୍ଷଣପ୍ରଭାର ଚମତ୍କାର ସଂଳାପ ଆଉ କୌଣସି ନାଟକରେ ଦେଖିବାକୁ ମିଳେନାହିଁ ।
ଲେଖକ– ଶ୍ରୀ ପ୍ରଫୁଲ୍ଲ କୁମାର ପାଣି ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy