ମଣିଷର ଚେତନା ଭିତରକୁ ଯେତେ ଦୃଶ୍ୟ ଚାଲିଯାଏ ସେଗୁଡ଼ିକ ହଠାତ୍ ତାଙ୍କର ସୁବିଧା ଜାଗା ଖୋଜି ପାଆନ୍ତି ନାହିଁ । ସେମାନେ ଅପେକ୍ଷା ରଖିଥାନ୍ତି ମଣିଷର ବିଶ୍ରାମବେଳକୁ– ଡାକଘରର ଚିଠି ଯାଇ ପୁଣି ଥରେ ବଛା ବଛି ହୋଇ ନୂଆ ଥଳି ଭିତରକୁ ପଶିଲା ପରି । ଚିନ୍ତାର ଏହି ପାକୁଳି କରିବା ମଣିଷର ଦରକାର ହେଉ ନ ଥିଲେ ତାହାର ଅନୁତାପ, ପଶ୍ଚାତ୍–ତାପ, ଅନୁଶୋଚନା, ଦୁଃଖ ଇତ୍ୟାଦି ନ ଥାନ୍ତା । ଆଉ ସେ ସବୁବେଳେ ମତକୁ ସ୍ଥିର ରଖି ସାରୁପତ୍ରର ପାଣି ବୁନ୍ଦା ପରି ହଲଚଲ ହୁଅନ୍ତା ନାହିଁ ।
ଲେଖକ– ରାଜକିଶୋର ପଟ୍ଟନାୟକ ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy