Odia Blog

ବାନ୍ଧବୀ
Date : September 8, 2025

ଅନେକ ଅନୁବାଦକକୁ ସହଜ କାମ ବୋଲି ଭାବିଥାନ୍ତି । କେବଳ ଶବ୍ଦରେ ଅର୍ଥ ଜାଣିଲେ, ବାକ୍ୟର ଅନ୍ୱୟ ଜାଣିଲେ ଅନୁବାଦ ହେବନାହିଁ । ପୁଣି ଯଥାର୍ଥ ଅନୁବାଦ ଓ ସୁନ୍ଦର ଅନୁବାଦ ଭିତରେ ମଧ୍ୟ ପାର୍ଥକ୍ୟ ଅଛି । କଥାରେ ଅଛି, ଯାହା ଯଥାର୍ଥ ଅନୁବାଦ ତାହା କ୍ୱଚିତ୍ ସୁନ୍ଦର ଓ ଯାହା ସୁନ୍ଦର ଅନୁବାଦ ତାହା କ୍ଵଚିତ୍ ଯଥାର୍ଥ । ଅନୁବାଦକ କେବଳ ଦୁଇ ଭାଷାରେ ପ୍ରବୀଣ ହେଲେ ହେବନାହିଁ; ଦୁଇ ସଂସ୍କୃତିର ମଧ୍ୟ ସେ ରସଗ୍ରାହୀ ହେବା ପ୍ରୟୋଜନ । ନୋହିଲେ ଗୋଟିଏ ସମାଜର ଚଳଣିକୁ ଠିକ୍‌ ଭାବରେ ବୁଝି ଅନ୍ୟସମାଜର ପାଠକଙ୍କୁ ବୁଝାଇବା ତାଙ୍କ ପକ୍ଷରେ ସହଜ କଥା ହେବନାହିଁ । ସେଥିପାଇଁ ବିଜ୍ଞାନର ଅନୁବାଦ ଅପେକ୍ଷା ସାହିତ୍ୟର ଅନୁବାଦ ସାଧାରଣତଃ କଠିନ ହୋଇଥାଏ ।

 
ଲେଖକ- ଶ୍ରୀ ପ୍ରସନ୍ନ କୁମାର ରଥ 
ଅଧିକ ଜାଣନ୍ତୁ...
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll