ସଂସାରକୁ ମୁଁ ହାଡ଼େ ହାଡ଼େ ଚିହ୍ନିଛି । କେହି କାହାର ଦୁଃଖ ଦୂର କରିବାକୁ ଆଗ୍ରହୀ ନୁହଁନ୍ତି । ଅନ୍ୟ ଘରର ଦୂର୍ବଳତାର ଖବର ଶୁଣିବାକୁ ବନ୍ଧୁରୂପରେ ଆଗରେ ଉଭା ଶତ୍ରୁମାନେ ଉତ୍କର୍ଣ୍ଣ । ମୁଣ୍ଡହଲାଇ ଚୁ ଚୁ କରି ଦୁଇଚାରିଟା ଆହା, ଉହୁ ତୁଣ୍ଡରୁ ଖସାଇ, ପରର ଗୁମର ମୁଣ୍ଡରେ ସାଇତି ସେମାନେ ଛୁ’ କରନ୍ତି । ଭବିଷ୍ୟତରେ ଉଘେଇବାର ଆସେଟ୍ ପାଖରେ ରଖିବାର ସୁଯୋଗ ପାଇ ସେହ ଚାଇଁଦଳ ଭାରି ଖୁସି । ମୋତେ ଏହା ଭଲକରି ଜଣା ଆଜ୍ଞା ! ତେଣୁ ମୁଁ ସବୁବେଳେ ଚୁପ୍ଚାପ୍ ।
ଲେଖକ– କାହ୍ନୁଚରଣ ମହାନ୍ତି ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy