ଥରେ ଜଣେ ଚୀନଦେଶୀୟ ମହିଳା ଭାରତ ଭ୍ରମଣ କରିବାପାଇଁ ଆସିଥିଲେ । ଆଗ୍ରାର ତାଜମହଲକୁ ଦେଖି ସେ ମୁଗ୍ଧ ହୋଇ ଯାଇଥିଲେ । ସେ କହିଥିଲେ ଯେ, ଚୀନ ଭାରତଠାରୁ ଶାନ୍ତି, ସାମ୍ୟ ଓ ମୈତ୍ରୀ ଗୁଣ ଶିକ୍ଷା କରିବାର ସୁଯୋଗ ପାଇଛି । ଭାରତ ଅନ୍ୟ ଦେଶମାନଙ୍କୁ ପରାଧୀନ ବା ଧ୍ୱଂସ ନ କରି ଯୁଗେ ଯୁଗେ ସେମାନଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରି ଆସିଛି । ସେହି ମହିଳାଙ୍କ ମତରେ ଆମ ଭାରତବର୍ଷ କେବଳ ଚୀନ ପାଇଁ ନୁହେଁ, ସମଗ୍ର ପୃଥିବୀର ଏକ ଜ୍ୱଳନ୍ତ ଆଦର୍ଶ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy