ଚାରିଆଡ଼ୁ ଅନ୍ଧକାର ଚିପି ହୋଇ ଆସୁଥିଲା ପରି ଲାଗୁଥିଲା । ପାଦ ବଢ଼େଇଲି ରାଜପଥ ଉପରକୁ । ପାଦରେ ଚାଲି ଚାଲି ଅଗ୍ରସର ହେଲି ଥଲକ୍ବାଡ଼ି ଅଭିମୁଖେ । ନିରନ୍ଧ୍ର ଅନ୍ଧକାର.... କେବଳ ରାସ୍ତାକଡ଼ର ଇଲେକ୍ଟ୍ରିକ୍ ଖୁଣ୍ଟମାନଙ୍କରେ ଜଳୁଥିବା ନୀଳାଭ ବିଦ୍ୟୁତ୍ ବତୀଗୁଡ଼ିକ ଯାହା ମୋ’ ସହିତ ରାସ୍ତାକୁ ପରିଚୟ କରାଇ ଦେଉଥାନ୍ତି ! ଯାଉ ଯାଉ ଭାବୁଥାଏ, ‘‘ଏଇ ସେହି ଐତିହାସିକ ବେଲ୍ଗାଓଁ ନଗରୀ ! ବିଗତ କେତେ ଦିନ ହେଲା ଏଇ ବେଲ୍ଗାଓଁ ମାଟିରୁ କେତେ ଅହିଂସ ଭାରତୀୟ ସତ୍ୟାଗ୍ରହୀ ଛୁଟିଛନ୍ତି ଗୋଆ ଅଭିମୁଖେ—ପର୍ତ୍ତୁଗୀଜ୍ ଜଳଦସ୍ୟୁ ଦଳର ବେତ୍ରାଘାତ ଆଉ କମାଣକୁ ମୁକାବିଲା କରିବା ପାଇଁ ! ! ଏଇ ଇତିହାସ ପ୍ରସିଦ୍ଧ ବେଲଗାଓଁ ମାଟିରେ କେତେ ଶତ ସହସ୍ର ଥର ଧ୍ୱନିତ ହୋଇ ଉଠିଛି ଅସଂଖ୍ୟ, ଅକଳନ ସ୍ୱାଧୀନତାକାମୀ ପାଗଳ ଜନତାର ଗଗନଭେଦୀ ସ୍ଳୋଗାନ୍ର ଧ୍ୱନି ହଜାର ହଜାର ସତ୍ୟାଗ୍ରହୀଙ୍କର ଉଚ୍ଛ୍ୱସିତ ପଦଚାରଣ ।’’
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy