ମଣିଷ ସ୍ଵପ୍ନ ଦେଖେ । ବହୁତ ସ୍ଵପ୍ନ । ଖରାବେଳେ, ରାତି ଅଧରେ, ପାହାନ୍ତି ପହରେ । ନିଦ ଭାଙ୍ଗିଲେ ସ୍ଵପ୍ନ ତୁଟେ । ଭାଗ୍ୟ ହାତରେ ମଣିଷ କ୍ରୀଡ଼ନକ ମାତ୍ର । ଆଖି ପିଛୁଳାକେ ମଣିଷର କଳ୍ପନା, ଆଶା, ଆକାଙ୍କ୍ଷା ସବୁ ଜୀବନ୍ତ ସମାଧି ନିଏ । ଚେଷ୍ଟାକରି ମଧ୍ୟ ମଣିଷ କିଛି କରିପାରେନି । ଭାଗ୍ୟକୁ ଜିଣିବା ମଣିଷ ପକ୍ଷେ ବିଡ଼ମ୍ବନା । ତେଣୁ ଅତୀତର ଅଭିଜ୍ଞତାକୁ ପାଥେୟକରି ଭବିଷ୍ୟତର ଅନ୍ଧକାର ଗଳି ଭିତରେ ଆଗେଇବାକୁ ହୁଏ । ଭୟ, ଦ୍ଵନ୍ଦ୍ୱ, ସନ୍ଦେହ ମଣିଷକୁ ସେ ପଥରୁ ନିବୃତ୍ତ କରାଇ ପାରେନି । ଆଶାର ପରିପୂର୍ଣ୍ଣିତା ହିଁ ତା’ର କାମ୍ୟ, ତା’ ଜୀବନର ଏକମାତ୍ର ଲକ୍ଷ୍ୟ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy