ପ୍ରାଚୀନ କାଳରେ ଅନେକ ହିନ୍ଦୁ ସନ୍ତାନ ଜଳ ଯାନରେ ଦ୍ୱୀପାନ୍ତର ଗମନ କରୁଥିବାର ଭୂରିଭୂରି ପ୍ରମାଣ ହିନ୍ଦୁ ଶାସ୍ତ୍ରରେ ବିଦ୍ୟମାନ । ଅନ୍ୟ ପ୍ରଦେଶର କଥା ତେଣେ ଥାଉ ଏହି ଉତ୍କଳରୁ ହିନ୍ଦୁ ସନ୍ତାନମାନେ ଜଳଯାନରେ ବାଲିଦ୍ୱୀପ ଓ ସିଂହଳ ପ୍ରଭୃତି ସ୍ଥାନକୁ ଯାଉଥିବା କଥା ଇତିହାସ ପ୍ରସିଦ୍ଧ । ଏପରି ଅବସ୍ଥାରେ ସମୁଦ୍ରଯାତ୍ରାରେ ବାଧାଦେବା ସମାଜର ତଥା ସମାଜ-ପତିମାନଙ୍କର କର୍ତ୍ତବ୍ୟ ନୁହେ । ସମସ୍ତଙ୍କ ସନ୍ଦେହ ନିରଶନ ନିମନ୍ତେ ପ୍ରାଚୀନ କାଳରେ ହିନ୍ଦୁମାନେ ସମୁଦ୍ର ପଥରେ ଦ୍ୱୀପାନ୍ତର ଗମନ କରୁଥିବା ବିଷୟକ କେତେକ ଶାସ୍ତ୍ରୀୟ ପ୍ରମାଣ ସଙ୍କଳନ କରି ନିମ୍ନରେ ପ୍ରକାଶ କରୁଅଛୁଁ ।
ଲେଖକ- ଶ୍ରୀ ନୀଳମଣି ବିଦ୍ୟାରତ୍ନ ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: 5
Copyright © 2026 Odia Virtual Academy. All rights reserved Total Visitors- 1
Powered by: Odia Virtual Academy