Odia Blog

ମୁକ୍ତିମନ୍ତ୍ର
Date : September 11, 2025

ଭରତ ନାମରେ ଜଣେ ମହାପ୍ରତାପୀ, ପରାକ୍ରମୀ ରାଜା ଥିଲେ । ପ୍ରଜାପାଳନ ଥିଲା ତାଙ୍କର ଧର୍ମ । ତାଙ୍କରି ନାମ ଅନୁସାରେ ଏ ଦେଶର ନାମ ହେଲା ଭାରତ । ଆର୍ଯ୍ୟମାନଙ୍କ ଭୂମି ବୋଲି କେହି କେହି ବି କହନ୍ତି ଆର୍ଯ୍ୟାବର୍ତ୍ତ । ଧର୍ମ ଖାଲି ଏ ଦେଶର ଲୋକମାନଙ୍କର ଚଳଣିରେ ପ୍ରତିଫଳିତ ହୁଏ ନାହିଁ, ଭାରତୀୟମାନଙ୍କ ବିଶ୍ଵାସ, ଜୀବନଧାରା, ଦର୍ଶନ ଓ ଆଦର୍ଶ ସହିତ ଧର୍ମ ସର୍ବତୋଭାବେ ଜଡ଼ିତ । ନୀତି, ନିୟମ, ଅନୁଶାସନ, ଉଦାରତା, ତ୍ୟାଗ, ସତ୍ୟନିଷ୍ଠା, ସାଧୁତା, ମାନବିକତା, ଦୟା, କ୍ଷମା, ସହନଶୀଳତା, ସହଯୋଗ ଜୀବନର ବ୍ରତ ଭାବରେ ଏ ଦେଶର ଜନଜୀବନରେ ଚଳିଆସୁଛି ବୋଲି ଏଠାରେ ଧର୍ମର ସଂଜ୍ଞା ଏତେ ବ୍ୟାପକ । ଭାରତର ଧର୍ମ ରିଲିଜନ୍ ନୁହେଁ । ସେଥିପାଇଁ କବିଗୁରୁ ରବୀନ୍ଦ୍ରନାଥ ଠାକୁର  ଗାଇଥିଲେ– ‘‘ନାନା ଜାତି, ନାନା ଭାଷା, ନାନା ପରିଧାନ, ବିବିଧେର ମାଝେ ଦେଖ ମିଲନ ମହାନ ।’’

 
ଲେଖକ- ସାତକଡ଼ି ହୋତା 
ଅଧିକ ଜାଣନ୍ତୁ...
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll