Odia Blog

ଅଛୁଆଁ ମଣିଷଟିଏ
Date : September 10, 2025

ଗାଁରେ ଉତ୍ସବର ମାହୋଲ । ଯାତ୍ରା ଦେଖିବା ପାଇଁ ସମଗ୍ର ଗାଁ ଏକତ୍ରିତ । ଲୋକମାନଙ୍କ ମଧ୍ୟରେ ଦୃଶ୍ୟମାନ ହେଲା ଗାଁକୁ ଭଲ ପାଉଥିବା ମଣିଷଟିଏ । ଏ କ’ଣ ଏ ଲୋକଟି ସମସ୍ତଙ୍କ ମଧ୍ୟରେ ବାରି ହୋଇପଡ଼ୁଚି । ସକାଳୁ ଏ ଯାଏଁ ପାଇଖାନା ଟାଙ୍କି ଭିତରେ ଆଉଟି ହଉଥିଲା । ମଳ ସଫା କରିବାରୁ ଟିକିଏ ଫୁରୁସତ୍ ମିଳିଲାରୁ ଅଣ୍ଟିରୁ ଦୋକତା, ବଟୁଆରୁ ପାନ ତା’ର ବାହାରି ସାରିଥାଏ । ନାଲି ନାଲି ଜିଭ, ମାତ୍ର କଳା କଳା ଦନ୍ତର ହସ ଟିକକ ଲୁହା ତାର ଘେରିଆ ବାଡ଼ ସେପଟୁ ଫୁଟି ଦିଶୁଥାଏ କିନ୍ତୁ ସେ ହସ ଭିତରେ ସତେଯେପରି ଲୁଚି ରହିଥାଏ ମନ ଭିତରେ ଥିବା ଆନନ୍ଦଶୂନ୍ୟ ଭାବ, ଛଳଛଳ ଆଖି । କାହିଁକି ସେ ଲୋକମାନଙ୍କ ସହ ମିଶି ଯାତ୍ରା ଦେଖିବାରୁ ବଞ୍ଚିତ ? କାହିଁକି ସେ ଅଛୁଆଁ ? କ’ଣ ତା’ର ଭୁଲ୍‍ ? ନିଜକୁ ଅସନା କରି ଗାଁକୁ ସଫା ରଖି କ’ଣ ସେ ପାପ କରିଚି ?
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll