‘ଅଭାବ ହିଁ ଉଦ୍ଭାବନର ମୂଳ କାରଣ’—ଅଭାବ ନ ଥିଲେ ମନୁଷ୍ୟ କିଛି ପଦାର୍ଥ ପ୍ରୟୋଜନ କରନ୍ତା ନାହିଁ । ଯେଉଁ ଆଦିମ ଯୁଗର ମନୁଷ୍ୟ ଦିନେ ଗିରିଗୁହାରେ ବାସ କରୁଥିଲା, ବନ୍ୟଜନ୍ତୁଙ୍କୁ ଶିକାର କରି ଜୀବନଯାତ୍ରା ନିର୍ବାହ କରୁଥିଲା, ନିଆଁ ପାଣିର ବ୍ୟବହାର ଉତ୍ତମ ରୂପେ ଶିଖି ନଥିଲା, କଥା କହି ନ ଜାଣି ମନର ଭାବ ସଙ୍କେତ ଦ୍ୱାରା ବ୍ୟକ୍ତ କରୁଥିଲା ଓ ପଶୁଙ୍କ ତୁଲ୍ୟ କାଳଯାପନ କରି ପରମ ସନ୍ତୋଷ ଲାଭ କରୁଥିଲା; ସେହି ମନୁଷ୍ୟ ଆଜି ଗୃହ ନିର୍ମାଣ କରି ବସବାସ କଲା କାହିଁକି? ଏହା ମୂଳରେ ‘ଅଭାବ’ ହିଁ ବିଦ୍ୟମାନ । ସେ ଯୁଗର ପତ୍ର-କୁଟୀର ସଭ୍ୟତା କାଳକ୍ରମେ ପରିବର୍ତ୍ତିତ ହୋଇ କିପରି ଆଧୁନିକ ଯୁଗରେ ପଦାର୍ପଣ କରିଅଛି, ତାହାର ପ୍ରକୃଷ୍ଟ ପ୍ରମାଣ ଦିଏ ପୃଥିବୀର ବିରାଟ ଅଟ୍ଟାଳିକା—‘ଏମ୍ପାୟାର ଷ୍ଟେଟ୍ ବିଲ୍ଡ଼ିଂ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy