ଚଳନ୍ତା ରେଳଗାଡ଼ି ଦେଖିବାର ମୋର ସେଇ ପ୍ରଥମ ଅନୁଭୂତିକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ରେଳରାସ୍ତା ଓ ପଡ଼ିଆ ମଝିରେ ଥିବା ବାଡ଼ ନିକଟରେ ମୁଁ ଚରୁଥିଲି, ହଠାତ୍ ଦୂରରୁ ଅଦ୍ଭୂତ ଗୋଟାଏ ଶବ୍ଦ ମୁଁ ଶୁଣିପାରିଲି ଏବଂ ଏହା କେଉଠୁ କେଉଁପଟୁ କେମିତି ଆସୁଛି ତାହା ଜାଣିବା ପୂର୍ବରୁ ଭୀଷଣ ଶବ୍ଦ ସହ ଧୂଆଁ ଛାଡ଼ିଛାଡ଼ି ପ୍ରଚଣ୍ତ ଗତିରେ ଗୋଟାଏ ବିରାଟ ଲମ୍ବା ରେଳଗାଡ଼ି ଏପରି ଭାବେ ଚାଲିଗଲା ଯେ ମୁଁ ଥରଟିଏ ନିଶ୍ଵାସ ନେବା ମଧ୍ୟରେ ସେ ଅନ୍ତର୍ହିତ ହେଲା । ପ୍ରଥମେ ବୁଲିପଡ଼ି ମୁଁ ପ୍ରଚଣ୍ତ ବେଗରେ ଆରପଟକୁ ଦୌଡ଼ିଗଲି । ସେଠି ଠିଆହୋଇ ଭୟ ଓ ଆଶ୍ଚର୍ଯ୍ୟରେ ଖୁବ୍ ଜୋର୍ରେ ନିଶ୍ୱାସ ନେଉଥାଏ । ତାପରେ ସେଇ ଦିନ ଭିତରେ ଏପରି ବହୁ ରେଳଗାଡ଼ି ସେଇ ରାସ୍ତାରେ ଚାଲିଲା ।
ଲେଖକ- ଶ୍ରୀମତୀ କନକ ମିଶ୍ର ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: 24
Copyright © 2026 Odia Virtual Academy. All rights reserved Total Visitors- 1
Powered by: Odia Virtual Academy