ଆପଣଙ୍କର ବିଶ୍ୱାସ ଥାଉ ବା ନଥାଉ ସେଥିରେ କାହାର ଯାଏ ଆସେ ନାହିଁ । ସଂସାର ରୂପକ ଚକ ଭିତରେ ସମସ୍ତେ ଘୂରୁଛନ୍ତି ଏବଂ ଘୂରୁଥିବେ ମଧ୍ୟ । ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେବେ ଏବଂ ପଶ୍ଚିମ ଦିଗରେ ଅସ୍ତ ହେବେ । ଏହି ଉଦୟ ଅସ୍ତ ଭିତରେ ପ୍ରାଣୀଜଗତ ଉତ୍ଥାନ ପତନ ଭିତରେ ଗତି କରିବ । କାହାର ଭାଗ୍ୟ ପ୍ରଜ୍ଜ୍ୱଳିତ ହୋଇ ଉଠୁଥିବା ବେଳେ କାହାର ଭାଗ୍ୟ ନିଜ୍ୱଳିତ ଭାବରେ ଅନ୍ଧକାର ଭିତରେ ଉବେଇ ଟୁବେଇ ହେବ । କେତେକ ଭାଗ୍ୟକୁ ଜାବୁଡ଼ି ଧରି ରାଶି ନକ୍ଷତ୍ର ଗଣନା ଉପରେ ଗତି କରନ୍ତି । ଆଉ କେତେକ ରାଶି ନକ୍ଷତ୍ର ଠାରୁ ଦୂରେଇ ରହି ନିଜ କର୍ମ କ୍ଷେତ୍ରରେ ଆଗେଇ ଯାଆନ୍ତି । ସୂର୍ଯ୍ୟ ନ ଥିଲେ ପୃଥିବୀଟା ସବୁବେଳେ ଅନ୍ଧାର ଭିତରେ ବୁଡ଼ି ରହନ୍ତା ଏବଂ ଚନ୍ଦ୍ର ନ ଥିଲେ ରାତିଟା ସବୁବେଳେ ଅନ୍ଧାର ଭିତରେ ପଡ଼ି ରହନ୍ତା । ଚାନ୍ଦ, ରାତି କ’ଣ ଦେଖି ହୁଅନ୍ତା ? ତା’ହେଲେ ଅଧୈର୍ଯ୍ୟ ହେବାର କାରଣ...... ଭାବି ଦେଖିଲ ? ବହି– ଜୀବନର ପ୍ରତିଶ୍ରୁତି ଲେଖକ– ଶ୍ରୀକାନ୍ତ କୁମାର ରାଉତରାୟ
https://ova.gov.in/de/ReadEbooks?bid=psWI9mDV6XY=
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy