ଦିନ ପ୍ରାୟ ଦି’ପହର ହେବ । ପୁରାଦିନ ଆଉ ରାତିଏ ଗାଡ଼ିରେ କଟାଇ ସାରି ଦ୍ୱିତୀୟ ଦିନର ଅଧେ ଭୋଗ ହୋଇଗଲାଣି, କ୍ରମାଗତ ୩୦ ଘଣ୍ଟା କାଳ ଗାଡ଼ିରେ ବସି ବସି ବଡ଼ ବ୍ୟସ୍ତ ଲାଗୁଥାଏ । କିପରି ଆଉ ରାତିଏ କଟିବ ମୁଁ ଯାଇ ଘରେ ପହୁଞ୍ଚିବି ଏଥିପାଇଁ ମନ ବଡ଼ ଉଦ୍ବିଗ୍ନ ହେଉଥାଏ । ଅଳ୍ପ ବାଟ ଯିବାବାଲା ଯାତ୍ରୀମାନେ କେତେ ଗାଡ଼ିରେ ଉଠୁଥାନ୍ତି । ଘଣ୍ଟେଖଣ୍ଡେ ବସି ଚୁଟକିନି ଓହ୍ଲେଇ ଚାଲି ଯାଉଥାନ୍ତି-ତାଙ୍କ ସୌଭାଗ୍ୟ ଦେଖି ମନେ ମନେ ଈର୍ଷା ହେଉଥାଏ ।
ଲେଖକ- ଶ୍ରୀ ଚିନ୍ତାମଣି ମିଶ୍ର ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: ୩
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy