Odia Blog

ତିନି ଅଧ୍ୟାୟ
Date : December 31, 2025

ପନ୍ଦର ଷୋଳ ବର୍ଷ ତଳର ଘଟଣା । ବାପା, ବୋଉ ଓ ସାନ ସାନ ଭାଇ ଭଉଣୀମାନଙ୍କ ସାଙ୍ଗେ ମୁଁ ପୁରୀ ଆସିଥାଏ । ପୁରୀ ସହରରେ ଆମର ଜଣେ ମାଉସୀ ଥାଆନ୍ତି । ମଉସା ଚାକିରି କରୁଥାଆନ୍ତି । ଆମେ ସବୁ ମାସେ ଦି’ମାସ ରହିବା ପାଇଁ ବୁଲି ଆସିଥିଲୁ । ସେତେବେଳେ ମତେ ବାଇଶି ତେଇଶି ବର୍ଷ । ପଢ଼ାପଢ଼ି ସରିଥାଏ । ଅପେକ୍ଷା କରିଥାଏ ଭଲ ଚାକିରି ଖଣ୍ଡେ । ବାପା ଟାଟା କମ୍ପାନୀରେ ଚାକିରି କରନ୍ତି । ଘର ଆମର କଟକ ଜିଲ୍ଲା ଜଗତସି°ହପୁର ଥାନାରେ । ଗାଁରେ ଜମିବାଡ଼ି ଅଛି । ଘରବାଡ଼ି ଭାଙ୍ଗି ପଡ଼ିଲାଣି । ଜମିତକ ବାପା ଭାଗ ଲଗେଇ ଦେଇଥାଆନ୍ତି । ବର୍ଷକୁ ବର୍ଷ ଭାଗଧାନର ଟଙ୍କା ଯାଏ ।

ଲେଖକ-  ବଳରାମ ପଟ୍ଟନାୟକ
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 3










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll