ସ୍ୱାଧୀନ ଭାରତର ଶେଷ ଦୀପଶିଖା ଏହିରୂପେ କ୍ରୁର ନିୟତିର ଫୁତ୍କାରରେ ନିର୍ବାପିତ ହୋଇଗଲା । ଜୟଚନ୍ଦ୍ର ଏହି ଘଟନାରେ ସାହାବୁଦ୍ଦିନଙ୍କ ସଙ୍ଗେ କଣ୍ଠ ମିଳାଇ ହର୍ଷରୋଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ । ଦିଲ୍ଲୀ, ଆଜମିର, ଗୁଜୁରାଟ ଓ ରାଜପୁତାନା ଆଦି ଉତ୍ତର-ଭାରତର ବଡ଼ ବଡ଼ ରାଜ୍ୟର ବୀରମାନେ ଦେଶ ଓ ଜାତିର ସ୍ୱାଧୀନତା ରକ୍ଷାପାଇଁ ଏହି ଯୁଦ୍ଧରେ ପ୍ରାଣ ଦେଇ ବୀରଧାମ ଲାଭକଲେ ସତ୍ୟ କିନ୍ତୁ ସେମାନଙ୍କ ଉତ୍ତରପୁରୁଷଗଣ ଯେଉଁ ରତ୍ନ ହରାଇଲେ, ତାହାର ଅଭାବରେ ଦୀର୍ଘ ଏକ ସହସ୍ର ବର୍ଷ ଏ ଦେଶ ଓ ଜାତିର ଭବିଷ୍ୟତକୁ ଅକଥନୀୟ ଦୁଃଖଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଲା ।
ଲେଖକ- ଶ୍ରୀ କୃଷ୍ଣଚନ୍ଦ୍ର କର, ଶ୍ରୀ ଭଗବାନ ପତି ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: ୧୨
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy