Odia Blog

ସ୍ଵପ୍ନ ସ୍ଵପ୍ନ ଅନେକ ସ୍ଵପ୍ନ(ଜଗନ୍ନାଥ-ଜୟ ଜଗନ୍ନାଥ )
Date : September 19, 2025

 ଶ୍ରୀ ଚୈତନ୍ୟଙ୍କ ଏହି ସ୍ତୁତିରେ ଜଗନ୍ନାଥଙ୍କ ଅତୀତ ସ୍ମରଣୀୟ ହୋଇଛି । ଅର୍ଥାତ୍ ଦ୍ୱାପର ଯୁଗରେ ସେ ମନୁଷ୍ୟ ଦେହ ଧାରଣ କରି ଶ୍ରୀକୃଷ୍ଣ ଅବତାରରେ ଏ ସଂସାରରେ ଦିବ୍ୟ ମାନୁଷୀ ଲୀଳା ପ୍ରଦର୍ଶନ କରିଥିଲେ । ଲୋକଶ୍ରୁତିରେ ଓ ଲୋକବିଶ୍ଵାସରେ ମଧ୍ୟ ଏହି ଭାବ ପ୍ରଚଳିତ ରହିଛି–ଏବଂ ଓଡ଼ିଶାରେ ଶୂଦ୍ରମୁନୀ ଶାରଳା ଦାସଙ୍କ ମହାଭାରତ ଏହି ବିଶ୍ଵାସକୁ ଆହୁରି ଦୃଢ଼ୀଭୂତ କରିଛି । ଶ୍ରୀ ଜଗନ୍ନାଥଙ୍କୁ ଶୈବମାନେ ଶିବ, ବୌଦ୍ଧମାନେ ବୁଦ୍ଧ, ଜୈନମାନେ ଜୀନ ଓ ଶାକ୍ତମାନେ ଶକ୍ତିଙ୍କର ପ୍ରତୀକ ବୋଲି ଭାବି ପୂଜା କରନ୍ତି । ଅଲେଖପନ୍ଥୀମାନେ ତାଙ୍କୁ ଶୂନ୍ୟପୁରୁଷ ଓ ଅଦ୍ୱୈତବାଦୀ ଜ୍ଞାନୀମାନେ ତାଙ୍କୁ ବ୍ରହ୍ମରଦାରୁ ପ୍ରତୀକ ବୋଲି ମନେ କରନ୍ତି । ଜ୍ଞାନୀ ଭକ୍ତମାନେ ଶ୍ରୀ ଜଗନ୍ନାଥଙ୍କୁ ପୁରୁଷୋତ୍ତମ ରୂପେ ଉପାସନା କରନ୍ତି ।

 
ଲେଖକ- ମହାପାତ୍ର ନୀଳମଣି ସାହୁ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୧୭
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll