Odia Blog

ଶିଶୁବୋଧ
Date : September 11, 2025

ଗୋବିନ୍ଦ ନାମରେ ଜଣେ ଗଉଡ଼ ପିଲା କୌଣସି ବନ ନିକଟରେ ଗୋରୁ ଚରାଉଥିଲା । ଦିନେ ସେ ରଙ୍ଗ ଦେଖିବା ପାଇଁ ମିଛରେ ପାଟିକରି ଡାକ ପକାଇଲା- କିଏ ଅଛ, ଧାଇଁପଡ଼ ହୋ, ଧାଇଁପଡ଼ ହୋ, ମୋ ଗୋଠରେ ଗୋଟାଏ ବାଘ ପଶି ଗୋରୁଗୁଡ଼ାକ ମାରି ପକାଉଚି । ପାଖରେ ଚଷାସବୁ ହଳ କରୁଥିଲେ । ସେମାନେ ତାହାର ରଡ଼ି ଶୁଣି ଦୌଡ଼ିଆସିଲେ । ଆସି ଦେଖିଲେ ଯେ ବାଘ ନାହିଁ, ଗୋବିନ୍ଦ ଠୋ ଠୋ ହସୁଚି । ତହୁଁ ଗୋବିନ୍ଦର ଭଣ୍ଡପଣିଆ ବୁଝିପାରି ତାହାକୁ ଗାଳି ଦେଇ ଚାଲିଗଲେ ।
ପୁସ୍ତକର ନାମ- ଶିଶୁବୋଧ, ଲେଖକ-ଭକ୍ତକବି ମଧୁସୂଦନ ରାଓ
(https://ova.gov.in/de/ReadEbooks?bid=qRf/dGrjwXw=)










Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll