Odia Blog

ତେରେଛା ଗପ
Date : December 31, 2025

ବକ୍ତୃତା ଜିନିଷଟି ଆଉ ସମ୍ମାନସ୍ପଦ ହୋଇ ରହିନାହିଁ । ଚାରିଆଡ଼େ ଖାଲି ଚୋର ଚଣ୍ଡାଳ ଆପଣା ସ୍ଵାର୍ଥ ସକାଶେ ବକ୍ତୃତା ଦେଉଛନ୍ତି । ସେମାନେ ଚାନ୍ଦାର ଜାଲ ବିଛେଇ ରଖିଛନ୍ତି ଚାରିଆଡ଼େ । ଫଳରେ ମୋତେ ଦେଖିଲେଇ ଆପଣମାନଙ୍କର ସନ୍ଦେହ ଉପୁଜୁଛି । ମୁଁ ମୋର ମତଲବ ପରିଷ୍କାର କରି ଦେଉଛି । ସ୍ଵାର୍ଥ ମୋର ବି ଅଛି–କିନ୍ତୁ ସେ ବହୁତ ପରେ । ଯଦି ମୁଁ ବିଖ୍ୟାତ ହୁଏ, ମୋ ଜୀବନୀରେ ଲେଖା ହବ, “ସେ ଆପଣା ପକେଟରୁ ପଇସା ଖରଚ କରି କଥକତା କରୁଥିଲେ ।” ମାତ୍ର ଆଜି ଏହି ପକେଟରୁ ପଇସା ଖରଚ କରିବାଟାହିଁ ସନ୍ଦେହର ଅସଲ କାରଣ । ତା ମାନେ, ଏପରି ଅବ୍ୟାଜରେ ଖରଚ କରିବାକୁ, ଅଦାନ ଅବ୍ରାହ୍ମଣରେ ଢାଳିବାକୁ ମୋ ପକେଟରେ ପଇସା ଅଛି । ତା ମାନେ, ମୁଁ ଏମ୍. ଏଲ୍. ଏ. ହେବାପାଇଁ ଚେଷ୍ଟା କରୁଛି ପିରି ଲାଗିବ-। କି ମୁସ୍କିଲ, ଆପଣମାନଙ୍କୁ କିପରି ଯେ ବୁଝେଇବି !

ଲେଖକ-   ହେମକାନ୍ତ ମିଶ୍ର
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 15










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll