ଗୁରୁ – ଜଣେ ଗୁରୁଙ୍କ ଜୀବନର ପ୍ରଧାନ କାର୍ଯ୍ୟ ହେଲା ଶିଷ୍ୟମାନଙ୍କୁ ଉପଦେଶ ଦେଇ ତାଙ୍କୁ ଅଧ୍ୟାତ୍ମିକ ମାର୍ଗରେ ବାଟ କଢ଼େଇ ନେବା । ଏହା ସାଧାରଣ ଲୌକିକ ଭାଷାରେ ନିର୍ଦ୍ଦେଶ ବା ନୀତିଶାସ୍ତ୍ରର ଉପଦେଶ ନୁହେଁ । ଏହା ପ୍ରକୃତରେ ଗୋଟିଏ ଆଧ୍ୟାତ୍ମିକ ଶୃଙ୍ଖଳାବଦ୍ଧ ଆଚରଣ, ଯାହା ଉପରେ ଗୁରୁଙ୍କର ଅଜ୍ଞାତ ପ୍ରଭାବ କାମ କରୁଥାଏ ଏବଂ ତାହା ଶିଷ୍ୟକୁ କ୍ରମଶଃ ଉନ୍ନତ ମାର୍ଗରେ ଆଗେଇ ନିଏ । ଏଇଟା ଗୁରୁଙ୍କର ଶେଷ କର୍ତ୍ତବ୍ୟ ହେଲେ ବି ଜଣେ ଲେଖକ ପକ୍ଷରେ ତାଙ୍କର ଉପଦେଶ ବା ପ୍ରଭାବର ଠିକ୍ ଠିକ୍ ବିବରଣ ଦେବା ସହଜ ବ୍ୟାପାର ନୁହେଁ । ପ୍ରକୃତରେ ଏହି ଉପଦେଶ ଶିଷ୍ୟର ବ୍ୟକ୍ତିଗତ ସାଧକ ଜୀବନ ପାଇଁ ଉଦ୍ଦିଷ୍ଟ ଥିବାରୁ ଅନେକ ସମୟରେ ଏହା ନିତାନ୍ତ ବ୍ୟକ୍ତିଗତ ଓ ଗୁପ୍ତ ହୋଇଥାଏ । ଏଥିରୁ ଗୋଟାଏ ଧାରଣା ଜନ୍ମେ ଯେ ଜଣେ ଗୁରୁ କେବଳ ଜଣେ ଦାର୍ଶନିକ ମାତ୍ର । ଗୁରୁଙ୍କ ପାଖରେ ଦେହ, ମନ ଓ ଆତ୍ମାର ସମ୍ପୂର୍ଣ୍ଣ ସମର୍ପଣ ସମ୍ଭବ ହେଲେ ଯାଇ ପୂର୍ଣ୍ଣଜ୍ଞାନ ଲାଭ ଅବଶ୍ୟ ସମ୍ଭବ । ପ୍ରକୃତରେ ଗୁରୁ, ଭଗବାନ ଓ ତୁମେ ନିଜେ ପରସ୍ପରଠାରୁ ବିଭିନ୍ନ ନୁହଁ, ତୁମେ ସମସ୍ତେ ଏକ । ଅଲୌକିକ ସାଇବାବା
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy