ଛୋଟ ଆମର ସୌରଜଗତ । ଅତି ଛୋଟ ଆମର ଏଇ ପ୍ରିୟ ପୃଥିବୀରେ କେଡ଼େ ଛୋଟ ଆମର ପ୍ରିୟ ଭାରତବର୍ଷ । ତାର କେଉଁ କନ୍ଦିରେ ହାତପାପୁଲି ପରି ଯେଉଁ ଟିକି ଭୂଇଁଟି ସେଇ ଆମର ଆପଣାର ଉତ୍କଳ । ତାରି କେଉଁ ଅଜଣାଅଶୁଣା ଥାନରେ ଆଙ୍ଗୁଠି ପବର ଅସ୍ପଷ୍ଟ ଗାର ପରି ଆମ ଜିଲ୍ଲାର ଅବସ୍ଥିତି । ସେହି ରେଖାର ବିନ୍ଦୁଟିଏ ହେବ ନାହିଁ ବନେଇଁ ପରିଡ଼ାଙ୍କ ଗାଁ । ତା’ରି ମଝିରେ ସତ୍ତାହୀନ ବନେଇଁ ପରିଡ଼ା ପରିଶ୍ରମ କରିଥିଲେ ଖାନ୍ଦାନି ପାଇଁ, ବଡ଼ପଣ ପାଇଁ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy