Odia Blog

ଜୀବନ-ନଦୀରେ ଭଉଁରୀ
Date : December 19, 2025

ଲେଖକଙ୍କ ନାମ : ଶ୍ରୀ ଚିନ୍ତାମଣି ମିଶ୍ର

ଆଜିକାଲି ଆମେ ବାହାର ଭଦ୍ରତା ଦେଖାଉଁ ଦେଖାଉଁ ମନର ସମସ୍ତ ଆନ୍ତରିକତା ହରାଇ ଦେଉଥାଉଁ । ବାସ୍ତବିକ ‘ଭଦ୍ରତା’ ଜିନିଷଟାହିଁ ପରସ୍ପର ମଧ୍ୟରେ ମସ୍ତ ଏକ ବାଡ଼ ସୃଷ୍ଟି କରୁଛି । ଆମେ ଭଦ୍ରତା ଦେଖାଏ ପରକୁ, କିନ୍ତୁ ଭଦ୍ରତା ଅଭଦ୍ରତାର ବିଚାର ନ ରଖି ସ୍ଵଚ୍ଛନ୍ଦ ବ୍ୟବହାର କରେ ଆପଣାର ଲୋକ ସଙ୍ଗେ । ଆପଣାର ଲୋକକୁ ଯେମିତି ରାଗ ହୁଏ, ସେମିତି ଆହା ବୋଲି କହେଁ । ସେ ଯାହାହେଉ, ଦାସଙ୍କ ସଙ୍ଗେ ଯେଉଁ କେତେଦିନ ଚଳିଲିଣି, ତା’ ଭିତରେ ଦେଖିଛି ସେ ପର ଆପଣା ଭେଦ ନ ରଖି ଦାଣ୍ଡଲୋକଙ୍କ ସଙ୍ଗେବି ବ୍ୟବହାର କରନ୍ତି । ଏହା ପିତୃପୁରୁଷଙ୍କ ସୁକୃତରୁ ହୋଇଛି ବୋଲି ମୋର ବିଶ୍ଵାସ ।

https://ova.gov.in/de/ReadEbooks?bid=jz/jUQcKaTI=

Page No:51










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll