Odia Blog

ତାତିଲା ଲୁହ
Date : September 10, 2025

ମନ ଖରାପ ହେଲେ କିମ୍ୱା ମନରେ ଦୌର୍ବଲ୍ୟ ଦେଖାଦେଲେ ମନକୁ ଏଣୁ ତେଣୁ ବହୁ ପ୍ରକାର ଆଶ୍ୱାସନା- ପ୍ରବୋଧନ- ସାନ୍ତ୍ୱାନା ଦିଏ । କେତେ ବୁଝାଏ–କେତେ କେତେ ମଧୁରବାଣୀ ଶୁଣାଏ । କିନ୍ତୁ ସେହି ସମସ୍ତେ ଆଶ୍ୱାସନା ପ୍ରଭୃତି ମୂଳରେ ନିଜର ଅଦୃଷ୍ଟିକୁ ଦୋଷ ନ ଦେଇ ଛାଡ଼େନାହିଁ । ମନ ଏମିତି ହୁଏ ଅଦୃଷ୍ଟ ଜିନିଷଟା ଆଖି ଆଗରେ ପଡ଼ିଲେ ଅଶୀ ଧରି ତାକୁ ଦ୍ୱିଖଣ୍ତ କରି ଦିଅନ୍ତି । ସେହିଠାରେ ତାର ବିଲୟ ହୁଅନ୍ତା । ପୁଣି ରକ୍ଷଣରେ ମନେପଡ଼େ ବିଧାତାର ଲେଖାକୁ କେହି ଖଣ୍ତନ କରିନପାରେ । ପୂର୍ବଜନ୍ମ ବୋଲି ହିନ୍ଦୁଶାସ୍ତ୍ରରେ କେତେ କେତେ ଲେଖା ନ ରହିଛି ! ତାହାକି ମିଛ ପାଲଟିଯିବ ! ସେହି ପୂର୍ବଜନ୍ମର କର୍ମଫଳ ପ୍ରତ୍ୟେକଙ୍କୁ ଏ ଜନ୍ମରେ ଭୋଗିବାକୁ ପଡ଼ିବ । ତାହା ହେବହିଁ ହେବ । ପୂର୍ବଜନ୍ମର କର୍ମ ମାନବ ଯଦି ଜାଣିପାରୁଥାନ୍ତା ତେବେ ଅବା ଟିକିଏ ସାବଧାନ ହୋଇ ଚଳୁଥାନ୍ତା । ମାତ୍ର ସେତକତ ମନୁଷ୍ୟ ହାତରେ ନାହିଁ । ଅଛି ସେହି ଅନାଦି ପୁରୁଷଙ୍କ ମୁଠାରେ । ଏହିପରି ଭାବରେ ଶାନ୍ତି ଆଣିବା ପାଇଁ ମନକୁ କେତେ ନା କେତେ ବୁଝାଏ, ତାର ଠିକଣା ନାହିଁ । ମାତ୍ର ସେ କି ସହଜେ ବୁଝେ ! ଶତ ସହସ୍ର ଉପଦେଶରେ ମନକୁ ବାନ୍ଧି ରଖିପାରେ ନାହିଁ । ପେଟ ଭିତରେ ଯେଉଁ ଅଗ୍ନିଶିଖା ଧୂ ଧୂ ହୋଇ ଜଳୁଅଛି, ତାହା କି ଏହିପରି ସହସ୍ର ସାନ୍ତ୍ୱନାରେ ଲିଭି ଯାଇପାରେ ! ଅସମ୍ଭବ ! ଅସମ୍ଭବରୁ ବଳି ଅସମ୍ଭବ !
 
ଲେଖକ- ଅନନ୍ତ ଚରଣ ଶତପଥି 
ଅଧିକ ଜାଣନ୍ତୁ...









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll