ଏ ଭବସାଗର ପାରି ନ ହେଲା ନାହିଁ, ଆମ କ୍ଷୁଦ୍ରସଂସାର ଉପସାଗର ମଧ୍ୟରେ ଟିକିଏ ନୌଚାଳନ କରି ଜୀବନଯାତ୍ରାର ପଥ ସୁଗମ କରିବାର ଆତ୍ମପ୍ରତ୍ୟୟ ଆମ୍ଭମାନଙ୍କ ମଧ୍ୟରୁ କେତେଜଣ ପାଉ ? ଭାରତ ଋଷିମୁନିଙ୍କର ଦେଶ । ପୁଣି ଭାରତ ଭୂଖଣ୍ଡର ଅଧିବାସୀ ଏ ଦେଶର ତପସ୍ୱୀମାନଙ୍କର ମହିମାନ୍ୱିତ ସାଧନା ବଳରେ ଭଗବାନଙ୍କର ନିକଟତମ, ଏ ବିଶ୍ୱାସ ଭାରତବାସୀଙ୍କର ଭାଗବତ ଐକ୍ୟର ମୂଳପିଣ୍ଡ । ତେଣୁ ଭାରତବାସୀ ସ୍ୱଭାବତଃ ଅତ୍ୟନ୍ତ ଋଷି ତପସ୍ୱୀ ତଥା ସାଧୁସନ୍ନ୍ୟାସୀ ବତ୍ସଳ
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy