Odia Blog

ଛ ମାଣ ଆଠଗୁଣ୍ଠ(ଅସୁର ଦୀଘି)
Date : September 22, 2025

ଅସୁର ଦୀଘିରେ ଚାରିଟା ତୁଠ, ଧରିବାକୁ ଗଲେ ତିନିଟା । ଦକ୍ଷିଣ ତୁଠଟାକୁ କେହି ଯାନ୍ତି ନାହିଁ । ଗ୍ରାମରେ କେହି ମରିଗଲେ ସେହି ତୁଠରେ ଦଶାହକ୍ରିୟା ହୁଏ । ଏହି ତୁଠଟା ବଡ଼ ଭୟଙ୍କର ସ୍ଥାନ, ରାତି ତ ରାତି, ଦିନବେଳେ ମଧ୍ୟ ସେଠାକୁ କେହି ଯିବାର ଦେଖିନାହିଁ । ଏହି ତୁଠ ଉପରକୁ ଭାରି ବଡ଼ ଗୋଟାଏ ଅଶ୍ୱତ୍‌ଥ ଗଛ ଅଛି, ସେଥିରେ ସର୍ବଦା ଯୋଡ଼ିଏ ବ୍ରହ୍ମଦୈତ୍ୟ ଥିବାର ସମସ୍ଥଙ୍କୁ ଜଣା । ଅଧରାତିରେ ଦୈତ୍ୟମାନେ ଗଛ ଅଗରେ ବସି ଦୀଘି ମଝିକୁ ଗୋଡ଼ ଲମ୍ବାଇ ଦେଇଥିବାର ଅନେକ ଲୋକ ଦେଖିଛନ୍ତି । କିଏ କିଏ ଦେଖିଛନ୍ତି, ନାମ ଜଣାନାହିଁ, କିନ୍ତୁ ଦେଖିବା ସତ । ଆହୁରି ମଧ୍ୟ ଏହି ଆଡ଼ିରେ ଅନେକ ପିଚାଶୁଣି, ଡାଙ୍କୁଣି ସବୁଦିନେ ଘରକରି ରହି ଅନ୍ଧାର ରାତିରେ ଆଲୁଅ ଜାଳି ମାଛ ଧରୁଥିବାର, ବିଶେଷରେ ବର୍ଷାର ଅନ୍ଧାର ରାତିରେ ପଲ ପଲ ହୋଇ ବୁଲୁଥିବାର ପ୍ରତ୍ୟକ୍ଷ ପ୍ରମାଣ ଯଥେଷ୍ଟ ଅଛି ।

 
ଲେଖକ- ଫକୀରମୋହନ ସେନାପତି 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୭୧
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll