Odia Blog

ସ୍ୱାମୀ ବିବେକାନନ୍ଦ
Date : September 10, 2025

ନରେନ୍ଦ୍ରନାଥ ବା ସ୍ୱାମୀ ବିବେକାନନ୍ଦ, ଯେଉଁ ନାମରେ ସେ ସମଗ୍ର ବିଶ୍ୱ ସମ୍ମୁଖରେ ପରିଚିତ ହେଲେ, କଲିକତାର ସିମୁଳିଆ ପଲ୍ଲୀ ଗ୍ରାମରେ ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ପିତା ବିଶ୍ୱନାଥ ଦତ୍ତ ମାତା ଭୁବନେଶ୍ୱରୀ ଦେବୀଙ୍କ ଔରଷରୁ ଜନ୍ମ ଗ୍ରହଣ କରିଥିଲେ । ଚାରିଗୋଟି କନ୍ୟା ସନ୍ତାନ ପରେ ଏକ ପୁତ୍ର ସନ୍ତାନ କାମନା କରି ଭୁବନେଶ୍ୱରୀ ଦେବୀ ପ୍ରତ୍ୟହ ଶିବ ଉପାସନା କରୁଥିଲେ ଓ ତାଙ୍କର ଆରାଧ୍ୟ ଥିଲେ କାଶୀର ବୀରେଶ୍ୱର ଶିବ । ବୀରେଶ୍ୱରଙ୍କ କୃପାରୁ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥିବା ହେତୁ ପୁତ୍ରଟିର ନାମକରଣ ହେଲା ବୀରେଶ୍ୱର । ଘରେ ଶ୍ରଦ୍ଧାରେ ଡାକିଲେ ବିଲେ ଓ ଅନ୍ନପ୍ରାସନ ସମୟରେ ନାମ ରଖାଗଲା ନରେନ୍ଦ୍ରନାଥ ବା ନରେନ୍‍ ।
 

ଲେଖକ– ଶ୍ରୀ ସୌରୀବନ୍ଧୁ କର
ଅଧିକ ଜାଣନ୍ତୁ...










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll