କର୍ତ୍ତବ୍ୟର ଅନୁରୋଧରେ ରାମଚନ୍ଦ୍ର ଯେଉଁ କର୍ମ କରି ବସିଛନ୍ତି ସେ କର୍ମର ପ୍ରଭାବକୁ ନିଜ ଜୀବନରୁ ଏଡ଼ିଦେଇ ପାରି ନାହାନ୍ତି । ସୀତାଙ୍କୁ ନିଜ ଜୀବନରେ ପାଶୋରି ପକାଇବା କେବେହେଲେ ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଇ ପାଖରୁ ଦୂରକୁ ପଠାଇ ଦେଇଥିଲେ ହେଁ ରାମଚନ୍ଦ୍ରଙ୍କର ହୃଦୟରେ ସୀତାଙ୍କ ଆସନ ପୂର୍ବପରି ଅପରିବର୍ତ୍ତିତ ରହିଛି । ସେ ଦୃଢ଼ଭାବରେ ପ୍ରକାଶ କରିଅଛନ୍ତି ଯେ ତାଙ୍କର ହୃଦୟ ରୂପକ ପ୍ରେମର ସରୋବରରେ ସୀତା ରୂପକ କମଳ କଳି ପ୍ରସ୍ଫୁଟିତ ହୋଇଅଛି ଏବଂ ମନ ରୂପକ ଭ୍ରମର ତହିଁରୁ ପଦ୍ମମଧୁ ଲୁଟି କରିବାରେ ଲାଗିପଡ଼ିଅଛି । ନୟନଦ୍ୱୟ ବାଟଦେଇ ଯଦି ଲୋତକ ରୂପକ ଜଳ ବାହାରିଯାଏ ତାହାହେଲେ ତାଙ୍କର ହୃଦୟ ରୂପକ ସରୋବରରୁ ଜଳ ଶୁଖିଆସିବା ହେତୁ ସୀତା ରୂପକ କମଳିନୀ ଦୃଢ଼ଭାବରେ ନ ରହି ଟଳମଳ ହୋଇପଡ଼ିବ । ଅର୍ଥାତ୍ ବିରହ ଦୁଃଖରେ ଅତିମାତ୍ରାରେ ବ୍ୟଥିତ ହୋଇ ରାମଚନ୍ଦ୍ର ଯଦି କେବଳ ଅଶ୍ରୁବର୍ଷଣ କରିବସନ୍ତି ତାହାହେଲେ ତାଙ୍କ ମନରୁ ସୀତାଙ୍କର ସ୍ମୃତିର ଚିହ୍ନ ମଳିନ ପଡ଼ିଯାଇପାରେ ।
ଲେଖକ– ଅଧ୍ୟାପକ ଦେବେନ୍ଦ୍ର ମହାନ୍ତି ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy