ଶ୍ରୀକ୍ଷେତ୍ର ମହାତୀର୍ଥ ବଡ଼ ଦେଉଳ, ଜଗା କାଳିଆ ବିରାଜ ସ୍ଥଳୀ । ଲକ୍ଷ୍ମୀ ସାଆନ୍ତାଣୀଙ୍କ ଚଉଷଠୀ ଭଣ୍ଡାର । ବଡ଼ଦାଣ୍ଡ, କୋଟି କୋଟି ଭକ୍ତ ପ୍ରାଣର ଆଧାର କ୍ଷେତ୍ର । ପୁରାଣରୁ ରାମାୟଣ । ବାପାଠାରୁ ଜେଜେବାପା କହିଲେ ସରୁ ନ ଥିଲା ଗୁଣ ଗାରିମା । ପରିଶେଷରେ ଠାକୁର ରାଜା ଲକ୍ଷେ ରାଜାର ମଉଡ଼ମଣି । ଡାକିଲେ ଠାକୁର ‘ଓ’ କରୁଥିଲେ । ନ ହେଲେ କି ଧଳା କଳା ଘୋଡ଼ାରେ ଠାକୁର ବିଜେ କରିଥାନ୍ତେ । ପଦ୍ମାବତୀପରି ସତୀ-ସୁନ୍ଦରୀ ସ୍ତ୍ରୀକୁ ଚଣ୍ଡାଳ ହାତରେ ସଅଁପିଥାନ୍ତେ । ଏସବୁ ସେହି ଜଗା କାଳିଆର ମାୟା । ଯାହାର ଆଜ୍ଞାରେ ପଥର ଭାସେ ଦାରୁରୂପେ ସ୍ଵୟଂ ବିଷ୍ଣୁ ବିରାଜମାନ କରନ୍ତି । ଗୋଟିଏ ଦେଶର ନାଥ ନୁହଁନ୍ତି—ସାରା ଦେଶର ଠାକୁର, ଜଗନ୍ନାଥ ତ୍ରିଭୁବନର ପାଳନକର୍ତ୍ତା । ସୃଷ୍ଟି ବିଲୟର ହର୍ତ୍ତା-କର୍ତ୍ତା ଦଇବି ବିଧାତା । ଠିଆ ମୁଣ୍ଡଟି ନଇଁ ନ ଥିଲେ ସୁଦ୍ଧା ମନ ମୁନ ବଳେ ବଳେ ମୁଦିହୋଇ ଆସୁଥିଲା । ଅନ୍ତର ଦେଇ ବାହାରେ ସେହି ଠାକୁର । ସେହି ଧଳା କଳା ଚିତ୍ରିତ ତିନିମୂର୍ତ୍ତି । ଶୁଭ ଶଙ୍ଖଧ୍ଵନି । ଜଗାକାଳିଆ ଡାକ-।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy