ପ୍ରାର୍ଥନା କହିଲେ ସୁମଧୁର ସଙ୍ଗୀତ ବା ଗୋଟିଏ ସୂତ୍ରର ବାରମ୍ୱାର ଉଚ୍ଚାରଣ ବା ଖାଲି ପାଟି ପାକୁ ପାକୁ କରିବା ବୁଝାଏ ନାହିଁ । ଯେତେ ରାମନାମ ଉଚ୍ଚାରଣ କଲେ ମଧ୍ୟ ଯଦି ତାହା ଅନ୍ତରକୁ ସ୍ପନ୍ଦିତ ନକଲା, ତାହେଲେ ସବୁ ନିଷ୍ଫଳ ଜାଣିବ । ହୃଦୟବିହୀନ ସଶବ୍ଦ ପ୍ରାର୍ଥନା ଅପେକ୍ଷା ଶବ୍ଦହୀନ ହୃଦୟର ପ୍ରାର୍ଥନା ସବୁଠାରୁ ଭଲ । ଅନ୍ତରରେ ଜାତ ହେଉଥିବା କ୍ଷୁଧାର ଏହା ପୂର୍ଣ୍ଣପ୍ରକାଶ ହେବା ଉଚିତ । କ୍ଷୁଧାତୁର ଯେପରି ପୂର୍ଣ୍ଣ ଭୋଜନରେ ତୃପ୍ତ ହୁଏ, ଅନ୍ତରର ପ୍ରାର୍ଥନାରେ କ୍ଷୁଧିତ ଆତ୍ମା ସେହିପରି ତୃପ୍ତିଲାଭ କଲେ । ପ୍ରାର୍ଥନାର ଯାଦୁକରୀ ଶକ୍ତିର ଯେ ସନ୍ଧାନ ପାଇଛି, ସେ ବିନା ଖାଦ୍ୟରେ ଦିନ ଦିନ ଧରି ରହିପାରେ କିନ୍ତୁ ପ୍ରାର୍ଥନା ବ୍ୟତୀତ ମୁହୂର୍ତ୍ତେ ସୁଦ୍ଧା ସେ ବଞ୍ଚି ନପାରେ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy