Odia Blog

ସଭ୍ୟତାର ରଥ ଚକ ତଳେ
Date : December 31, 2025

ନୀଳକଣ୍ଠ ଦୁଇ ହାତପାପୁଲିରେ ମୁଁହ ଗୁଞ୍ଜି କାନ୍ଦି ଉଠିଛି । ଅଭିଶାପ ଦେଇଛନ୍ତି ବାପା, ନିଷ୍ଠୁର ସେ ଅଭିଶାପ । ନିଷ୍ଠୁର ଏ ସଂସାର ବାପାଙ୍କୁ ଯିଏ ଧରି ରଖିଛି–ତା’ପରେ ସେ ବାପାଙ୍କ ପାଖରେ ଶପଥ କରିଛି–କଠୋର ସେ ଶପଥ–ନିର୍ମମ ସେ ଘୋଷଣା–ଘରୁ ଗୋଟାଏ କପର୍ଦ୍ଦକ ନ ନେଇ ମୁଁ ପଢ଼ିବି–ହୁଏତ ଏଥିଲାଗି ମୋ ଜୀବନଟା ଚାଲିଯାଉ, କିନ୍ତୁ ମଧ୍ୟବିତ୍ତ ଭଳି ଦୁଃଖ ସହ ସଂଘର୍ଷ କରି ମୁଁ ମରିବାକୁ ଚାହେଁନା ବାପା ! ମଣିଷ ଭଳି ବଞ୍ଚି ରହିବାର ଅଭିଳାଷ ମୋର ବହୁ ଦିନର । ମଣିଷ ଭଳି ବଞ୍ଚି ରହିବାର ମୋର ଅଧିକାର ଅଛି ।

ଲେଖକ- ଗଗନ ବିହାରୀ ବିଶ୍ୱାଳ
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 9










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll