ମନୁଷ୍ୟ ହୃଦୟଭାବ ହାସ୍ୟସ୍ପନ୍ଦନ ସ୍ରୋତ ଧରି ବାହାରିପଡ଼େ । ଏମାନେ ହସିବାର କେହି ଦେଖି ନାହିଁ, କାନ୍ଦିବାର କେହି ଶୁଣି ନାହିଁ । ଆମ୍ଭମାନଙ୍କ ପାଖରେ କିନ୍ତୁ କାହାରି କଥା ଲୁଚିବାର ବାଟ ନାହିଁ । ବାଣୁଆମାନେ ଖୋଜର ମଡ଼ା ଧରିଧରି ଯାଇ ଜନ୍ତୁ ଭେଟନ୍ତି । ସେହିପରି ଆମ୍ଭମାନେ ଲୋକମାନଙ୍କ କାର୍ଯ୍ୟସବୁର ପିଛା ଧରି ଧରି ସେମାନଙ୍କ ମନର ଭାବ ଧରି ପକାଉଁ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy