Odia Blog

ଟିକି ମହାଭାରତ
Date : September 8, 2025

ଭରଦ୍ୱାଜ ଋଷିଙ୍କର ଦ୍ରୋଣ ବୋଲି ଗୋଟିଏ ପୁଅ ହେଲା । ଦ୍ରୋଣ ପିଲାଦିନୁ ଭାରି ବୁଦ୍ଧିଆ । ସେ ବାପାଙ୍କ ପାଖରୁ ଅନେକ ପାଠ ପଢ଼ିଲେ, ଆଉ ପର୍ଶୁରାମଙ୍କଠାରୁ ଯାଇ ଧନୁର୍ବିଦ୍ୟା ଶିଖିଲେ । ପଞ୍ଚାଳ ଦେଶ ରାଜାଙ୍କ ପୁଅ ଦ୍ରୁପଦ ପିଲାଦିନେ ଦ୍ରୋଣଙ୍କ ସଙ୍ଗେ ପାଠ ପଢ଼ୁଥାନ୍ତି । ଥରେ ସେ ଦ୍ରୋଣଙ୍କୁ କହିଲେ, ‘‘ଜାଣିଲ ସାଙ୍ଗ ମୁଁ ଯେତେବେଳେ ରଜା ହେବି ତୁମର ପଇସାପତ୍ରର କିଛି ଅଭାବ ରହିବ ନାହିଁ; ଗଲେ ଦେବି ।’’ ପିଲା ଦିନର ଏ କଥା ଦ୍ରୋଣଙ୍କର ମନେଥାଏ ।
ଦ୍ରୋଣଙ୍କର ବୟସ ହେଲା । ସେ ବିଭା ହେଲେ, ମାତ୍ର ବଡ଼ ଗରିବ ହୋଇଗଲେ । ତାଙ୍କର ପୁଅଟିର ଜନ୍ମ ହେଲା । ସେହି ପୁଅଟିର ନାଁ ଅଶ୍ୱତ୍ଥାମା । ଅଶ୍ୱତ୍ଥାମାଙ୍କୁ ଦୁଧ ଟିକିଏ ଦେବା ପାଇଁ ଘରେ ଗାଈଟିଏ ନଥାଏ । ସେତେବେଳେକୁ ଦ୍ରୁପଦ ରଜା ହୋଇଥାନ୍ତି । ଦ୍ରୋଣଙ୍କର ପିଲାଦିନ କଥା ମନେପଡ଼ିଲା । ସେ ତହୁଁ ଦ୍ରୁପଦଙ୍କୁ ଗାଈଟିଏ ମାଗିବାପାଇଁ ପୁଅ ମାଇପଙ୍କୁ ଧରି ପଞ୍ଚାଳ ଗଲେ । ଗରିବ କପାଳରେ ତ ସବୁ ଦୁଃଖ ଲେଖା; ଏ ଯେମିତି ଯାଇ ଦ୍ରୁପଦଙ୍କୁ ‘‘ସାଙ୍ଗ’’ ବୋଲି ଡାକିଲେ, ଦ୍ରୁପଦ ରାଗିଯାଇ ଖତେଇ ହେଲା ପରି କହିଲେ, ‘‘ଆହେ ଦେଖ ହେ, କୁଆଡ଼ୁ ଗରିବ ବ୍ରାହ୍ମୁଣଟିଏ ଆସି କହୁଚି ରଜାଙ୍କ ସାଙ୍ଗ ।’’ ଦ୍ରୋଣ ସେଠୁ ଦୁଃଖରେ ପଳାଇ ଅଇଲେ । ଆସି ଜିଦ୍‍କଲେ, ‘‘ୟାକୁ ଶାସ୍ତି ନ ଦେଲେ ଏ ବ୍ରାହ୍ମଣ ଟୋକାର ରାଗ ଯିବ ନାହିଁ ।’’ 
 
ଲେଖକ-  ଗୋଦାବରୀଶ ମହାପାତ୍ର 
ଅଧିକ ଜାଣନ୍ତୁ...
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll