ପ୍ରଶ୍ନ : ବ୍ରାହ୍ମଣ ମଧ୍ୟରେ ଦେବତ୍ୱ କିପରି ଜଣା ଯାଇଥାଏ ? ବ୍ରାହ୍ମଣର ସତ୍ପୁରୁଷୋଚିତ ଗୁଣ ଓ ଅସତ୍ ପୁରୁଷୋଚିତ ଆଚରଣ କାହାକୁ କୁହାଯାଏ ? ସାଧାରଣ ମନୁଷ୍ୟଭାବର ଅର୍ଥ କଣ ? ଉତ୍ତର: ସ୍ୱାଧ୍ୟାୟ ହିଁ ବ୍ରାହ୍ମଣର ଦେବତ୍ୱ । ତପସ୍ୟାହିଁ ବ୍ରାହ୍ମଣର ସତ୍ପୁରୁଷୋଚିତ ଗୁଣ ଓ ପରନିନ୍ଦା ଅସତ୍ପୁରୁଷୋଚିତ ଆଚରଣ । ମରଣଶୀଳତାହିଁ ସାଧାରଣ ମନୁଷ୍ୟଭାବ ଅଟେ । ପ୍ରଶ୍ନ : କ୍ଷତ୍ରିୟମାନଙ୍କ କ୍ଷେତ୍ରରେ ଉପଯୁକ୍ତ ଗୁଣଗୁଡ଼ିକ କିପରି ଭାବରେ ପ୍ରଯୁଜ୍ୟ ? ଉତ୍ତର : ଧନୁର୍ବାଣହିଁ କ୍ଷତ୍ରିୟର ଦେବତ୍ୱ । ଯଜ୍ଞକର୍ମହିଁ ସତ୍ପୁରୁଷୋଚିତ୍ତ ଧର୍ମ, ଶରଣାଗତକୁ ତ୍ୟାଗ କରିବା ହିଁ କ୍ଷତ୍ରିୟର ଅସତ୍ପୁରୁଷୋଚିତ ଆଚରଣ । କ୍ଷତ୍ରିୟମାନଙ୍କର ଭୟହିଁ ସାଧାରଣ ମନୁଷ୍ୟଭାବ ଅଟେ । ପ୍ରଶ୍ନ : ଠିକ୍ କଥା । ଆଚ୍ଛା କୃଷକ ପକ୍ଷରେ କେଉଁ ବସ୍ତୁ ସବୁଠାରୁ ପ୍ରଧାନ ଓ ରୋପଣକାରୀ ନିମନ୍ତେ କେଉଁ ବସ୍ତୁ ପ୍ରଧାନ । ପ୍ରତିଷ୍ଠିତ ଧନୀ ବ୍ୟକ୍ତିମାନଙ୍କର ପ୍ରିୟ ବସ୍ତୁ କ’ଣ ? ପିତାମାତାର ପ୍ରିୟ କିଏ ?
ଉତ୍ତର : କୃଷକ ପକ୍ଷରେ ବର୍ଷାହିଁ ପ୍ରଧାନ ବସ୍ତୁ । ରୋପଣକାରୀଙ୍କ ପକ୍ଷରେ ବୀଜହିଁ ପ୍ରଧାନ । ପ୍ରତିଷ୍ଠିତ ଧନୀ ବ୍ୟକ୍ତିର ଗୋସମ୍ପଦ ପ୍ରିୟ ଓ ପିତାମାତାଙ୍କର ପୁତ୍ରୋ ସନ୍ତାନ ସବୁଠାରୁ ପ୍ରିୟ ଅଟେ । ବହ:- ମହାଭାରତ ବିଚିତ୍ରା ଲେଖକ:-ସୁବୋଧ କୁମାର ନନ୍ଦ https://ova.gov.in/de/ReadEbooks?bid=pQtXCd75px0=
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy