ମଣିଷ ମନରେ ଥିବା ଭୟର କେବଳ ଏକ ରୂପାନ୍ତିକରଣକୁ କଦାପି ଧର୍ମ କୁହାଯାଇ ପାରିବ ନାହିଁ । ଯିଏ ଆମକୁ ଭୟ ଦେଖାଏ, ସେ ଆମକୁ ଘଉଡ଼ାଇ ଦିଏ । ଆମେ ଯାହାକୁ ଭୟ କରୁ, ତାହା ପାଖରୁ ଦଉଡନି ପଳାଇଯିବାକୁ ହିଁ ଆମର ଇଛା ହୁଏ । କିନ୍ତୁ ଧର୍ମ ଯେ ମଣିଷକୁ କଦାପି ଘଉଡ଼ାଇ ଦେଇନାହିଁ, ଇତିହାସରୁ ଏହାର ଅନେକ ପ୍ରମାଣ ମିଳିବ । ଆପଣାର ବିସ୍ମୃତି ମିହୂର୍ତ୍ତମାନଙ୍କରେ ହୁଏତ ମଣିଷ ବେଳେବେଳେ ଧର୍ମଠାରୁ ବିଚ୍ଛିନ୍ନ ହୋଇଯାଇଛି, କିନ୍ତୁ ତଥାପି ବାରବାର ସେ ସେହି ଧର୍ମପଥକୁ ଫେରି ଆସିଛି, ଧର୍ମକୁ ତା’ର ଚରମ ଆଶ୍ରୟ ବୋଲି ସ୍ୱୀକାର କରିଚି । ସଂସାର ଓ ମନୁଷ୍ୟସମାଜ ପ୍ରବଳ ସଂକଟ ଓ ବିନାଶର ସମ୍ମୁଖୀନ ହେଲାବେଳେ ମହାତ୍ମା ଓ ସନ୍ଥପୁରୁଷମାନେ ମଣିଷକୁ ଏହି ଧର୍ମ ପଥକୁ ଫେରି ଆସିବାର ଆହ୍ୱାନ ଜଣାଇ ଯାଇଛନ୍ତି । ପୁସ୍ତକର ନାମ- ଶିଳା ଓ ଶାଳଗ୍ରାମ, ଲେଖକ- ଚିତ୍ତରଞ୍ଜନ ଦାସ (https://ova.gov.in/de/ReadEbooks?bid=Ufb0gStq9zg=)
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy