Odia Blog

ଚନ୍ଦ୍ରବିମ୍ବ
Date : September 10, 2025

‘‘ସମୟର ଗତିରେ ମଣିଷ ମଣିଷକୁ ଚିହ୍ନେ ବଳେ ବଳେ ଚିହ୍ନି ହେଇଯାଏ । ଚିହ୍ନିବାକୁ ଚେଷ୍ଟା କରିବା ବୃଥା ।’’ ଜୀବନରେ କ’ଣ ଏଇ କଥା ପଦକର ମୂଲ୍ୟ ଅଛି ? ଯେତେ ଚେଷ୍ଟା କଲେ ବି ମୁଁ ନିଜ ମନକୁ ବୁଝେଇ ପାରିଲିନି । ଏଇ ଦୁନିଆରେ ପୁଣି ଏମିତି ଧରଣର ମଣିଷ ଅଛନ୍ତି ଯେଉଁମାନେ ବାହାରକୁ ଦେଖାନ୍ତି ଏକପ୍ରକାର ଆଉ ପ୍ରକୃତରେ ଭିତର ଅନ୍ୟ ପ୍ରକାର—ସମୟ ଗତିରେ ପୁଣି ଏମାନେ ଚିହ୍ନା ପଡ଼ିବେ କିମିତି ?
ସମୟକୁ ତା’ ବାଟରେ ଯିବାକୁ ଦେଇ ମଣିଷ ଯେତେ ଚେଷ୍ଟା କଲେବି ତା’ କବଳରୁ ମୁକ୍ତି ପାଇପାରିବ ନାହିଁ–ମଣିଷ ଯାହା କିଛି କରିଯାଏ ତା’ ସବୁ ସମୟର ପ୍ରଭାବ–ସମୟର ପ୍ରଭାବରେ ମଣିଷ ବଦଳେ–ଦୁନିଆ ବଦଳେ–ବଦଳିବାଟାହିଁ ନିତାନ୍ତ ସ୍ୱାଭାବିକ—ଏଇ ବଦଳିବାରେ ପୁଣି ସ୍ୱାଭାବିକ ଅସ୍ୱାଭାବିକର ପ୍ରଶ୍ନ ନାହିଁ । 
 

ଲେଖକ- ଦେବେନ୍ଦ୍ର ମହାନ୍ତି
ଅଧିକ ଜାଣନ୍ତୁ...










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll