କୃଷିକାରୀ ଆଦିମ ଜାତିଙ୍କ ଭ୍ରମଣଶୀଳ ଲକ୍ଷଣ ଏପର୍ଯ୍ୟନ୍ତ ଭୂୟାଁମାନଙ୍କ ମଧ୍ୟରେ ରହିଅଛି । ଗୋଟିଏ ତଏଲାରୁ ଜଳ ଚାଲିଗଲେ ସେମାନେ ତାହା ପରିତ୍ୟାଗ କରି ନୂତନ ତଏଲା ଆବାଦ କରନ୍ତି । ଆଉ ମଧ୍ୟ ପ୍ରାୟ ପ୍ରତି ୨୦ ବର୍ଷ ପରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଗ୍ରାମ ପରବର୍ତ୍ତନ କରନ୍ତି । ସେମାନଙ୍କର କୃଷି କେବଳ ପାହାଡ଼ପାର୍ଶ୍ୱସ୍ଥ ତଏଲା ଉପରେ ନିର୍ଭର କରେ । ଏହି ତଏଲା ସାଧାରଣତଃ ୩ ବର୍ଷ ଚାଷ କରାଯାଏ । ପ୍ରଥମ ବର୍ଷ ନାନାପ୍ରକାର ରବି ଫସଲ, ଦ୍ଵିତୀୟ ବର୍ଷ ଧାନ ଓ ତୃତୀୟ ବର୍ଷ କ୍ୱଚିତ୍ ଶାକ୍ସବ୍ଜୀ ଆଦି ଶସ୍ୟ ହୁଏ ।
ଲେଖକ- କେଶବ ଚନ୍ଦ୍ର ମିଶ୍ର ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: ୪୩
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy