ଉଦ୍ଦେଶ୍ୟ

୧. ଦୁର୍ଲଭ ଓଡ଼ିଆ ପୁସ୍ତକ, ଅଭିଧାନ, ପ୍ରାଚୀନ ପତ୍ରପତ୍ରିକା, ପୁରାତନ ସଂଗୀତ, ପ୍ରାଚୀନ ପୋଥି, ବିଜ୍ଞାନ ଓ ଇତିହାସ ସମ୍ବନ୍ଧୀୟ ରଚନା, ଲୋକ ସଂସ୍କୃତି, ଜନଜାତି ଭାଷା ଓ ସାହିତ୍ୟ, ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଅଭିଭାଷଣ, ଶ୍ରୀଜଗନ୍ନାଥ ସଂସ୍କୃତି, ମନ୍ଦିର ଓ ସ୍ଥାପତ୍ୟ ଆଦିର ତଥ୍ୟାବଳୀ ରୂପାନ୍ତର(ଡିଜିଟାଇଜେସନ) କରି ସଂରକ୍ଷିତ କରିବା।

 

୨. ଓଡ଼ିଆ ଭାଷା ସୁରକ୍ଷା ପାଇଁ ଏହି ଭାଷା ଭଣ୍ଡାରକୁ ସମୃଦ୍ଧ କରିଥିବା କବି, ଲେଖକ, ନାଟ୍ୟକାର, ସାହିତ୍ୟିକ, ସାମ୍ବାଦିକ, ସମାଲୋଚକ, ଓ ଅନୁବାଦକ ମାନଙ୍କର କୃତିରାଜିକୁ ସଂରକ୍ଷିତ କରିବା।

 

୩. ସଂପ୍ରତି ଭାଷା ସମ୍ଭାରର ପ୍ରୟୋଗ ଓ ପ୍ରସାର ମୁଖ୍ୟତଃ କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ଜରିଆରେ ହେଉଥିବାରୁ ତାହାକୁ ଧ୍ୟାନ ଦେଇ କାର୍ଯ୍ୟ କରିବା।

 

୪. କମ୍ପ୍ୟୁଟରରେ ଓଡ଼ିଆ ଭାଷାର ସହଜ ଓ ସୁଗମ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଗବେଷଣା କରିବା ନିମନ୍ତେ ଏଥିପାଇଁ ଦେଶର/ ରାଜ୍ୟର ସମଧର୍ମୀ ତଥା ଉପଯୁକ୍ତ ସରକାରୀ/ବେସରକାରୀ ସଂଗଠନ, ଅନୁଷ୍ଠାନ, ଏକାଡେମୀ ଓ ବିଶ୍ୱବିଦ୍ୟାଳୟ ସହ ଯୋଗସୂତ୍ର/ସମନ୍ୱୟ ରକ୍ଷା କରିବା।

 

୫. ଭାଷା ପାଇଁ ଶବ୍ଦ ଭଣ୍ଡାର ଓ ବ୍ୟାକରଣର ଗୁରୁତ୍ୱ ଥିବାରୁ ତହିଁର ସହଜ ବିକାଶ ଓ ବିତରଣ ପାଇଁ ଇଣ୍ଟରନେଟ୍‌ ଭିତ୍ତିକ ଶବ୍ଦକୋଷ, ଭାଷାକୋଷ, ଜ୍ଞାନକୋଷ ଓ ବ୍ୟାକରଣ ପ୍ରଚଳନ କରିବା।

 

୬. ଅନ୍‌ଲାଇନ୍‌ ବା ଇଣ୍ଟରନେଟ୍‌ ଭିତ୍ତିକ ସେବା ଓ ସୂଚନା ହାସଲର ବର୍ଦ୍ଧିଷ୍ଣୁ ଲୋକରୁଚିକୁ ଧ୍ୟାନ ଦେଇ ଭାଷା ଓ ସଂସ୍କୃତି ସଂକ୍ରାନ୍ତ ବିଭବକୁ ମଧ୍ୟ ସେହି ମାଧ୍ୟମରେ ଉପଲବ୍ଧ କରାଇବା।

 

୭. ଇଣ୍ଟରନେଟ୍‌ ତଥା ସାର୍ବଜନୀନ ଉପଯୋଗିତା ଦୃଷ୍ଟିରୁ ୟୁନିକୋଡ଼୍‌ ଫଣ୍ଟ୍‌ ବ୍ୟବହାର ଓ ପ୍ରୟୋଗକୁ ପ୍ରୋତ୍ସାହିତ ଓ ପ୍ରସାର କରିବା।

 

୮. କମ୍ପ୍ୟୁଟରରେ ଟାଇପ୍‌ କରିବା ପାଇଁ ସାଧନ ଓ ସରଂଜାମ ଗୁଡ଼ିକ ବିଶେଷତଃ ସଫ୍ଟୱେର ବା ଟାଇପିଂ ଟୁଲ୍‌ ଇତ୍ୟାଦିକୁ ସର୍ବସାଧାରଣରେ ତଥା ପ୍ରାଶାସନିକ ସ୍ତରରେ ସହଜରେ ଓ ସୁଲଭ ମୂଲ୍ୟରେ, ଏପରିକି ମୁକ୍ତ ଭାବରେ ଉପଲବ୍ଧ କରାଇବା।

 

୯. ସମସାମୟିକ ଓ ନବାଗତମାନଙ୍କ ସୃଜନୀର ପରିପ୍ରକାଶ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରି ଓଡ଼ିଆ ସାହିତ୍ୟର ଭର୍ଚୁଆଲ ଭଣ୍ଡାରକୁ ସମୃଦ୍ଧ କରିବା।

 

୧୦. ଅନ୍ୟଭାଷାରୁ ଓଡ଼ିଆ ଲିପ୍ୟନ୍ତରଣକୁ ସୁଗମ କରିବା ଓ ପ୍ରସାର କରାଇବା।