ଡ. ଉମେଶ ଚନ୍ଦ୍ର ଜେନା

ଆବିର୍ଭାବ :- ୧୨-୦୨-୧୯୬୪
ଜନ୍ମସ୍ଥାନ :- ଶିରିଶପାଳ, କେନ୍ଦୁଝର ଜିଲ୍ଲା, ଓଡ଼ିଶା

ଓଡ଼ିଶାର ସୁପ୍ରସିଦ୍ଧ ତାରିଣୀ କ୍ଷେତ୍ର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଶିରିଶପାଳଠାରେ ସ୍ଵନାମଧାନ୍ୟ ବାଣୀସାଧକ ଶ୍ରୀ ଉମେଶ ଚନ୍ଦ୍ର ଜେନା ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ବୈଷୟିକ ଶିକ୍ଷା ଆହରଣ ପାଇଁ ତାଙ୍କର ଅହେତୁକ ଦୁର୍ବଳତା ଜନ୍ମିଥିଲା ।  ନିଜର ପ୍ରାରମ୍ଭିକ ଶିକ୍ଷା ସମାପନ ଉପରାନ୍ତେ ଶ୍ରୀ ଜେନା ବୈଷୟିକ ଶିକ୍ଷାର ଖଣି ବିଭାଗରେ ସ୍ନାତକ ଲାଭ କରିଥିଲେ । ଏହା ଉପରାନ୍ତେ ସେ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ କଲମ୍ବିଆସ୍ଥିତ କର୍ଲିନ ବିଶ୍ଵବିଦ୍ୟାଳୟରୁ ମାଇନିଙ୍ଗ ଇଞ୍ଜିନିୟରିଙ୍ଗରେ ସମ୍ମାନନୀୟ ପି.ଏଚ୍‍.ଡି ଉପାଧି ଗ୍ରହଣ କରି ଓଡ଼ିଶା ମାଟିର ଖ୍ୟାତି ବଢ଼ାଇଥିଲେ । ସୃଜନଭାବଧାରୀ ଶ୍ରୀ ଜେନା କବିତା, କ୍ଷୁଦ୍ରଗଳ୍ପ ତଥା ଉପନ୍ୟାସ ରଚନା କରିବାରେ ବେଶ ରୁଚି ରଖୁଥିଲେ । ଅପୂର୍ଣ୍ଣା, ନଷ୍ଟଚରିତ୍ର, ପ୍ରଣୟଭିସାର, ସମଥିଙ୍ଗ, ଶୀର୍ଷକୁ ରାସ୍ତା, ଦୈତ୍ୟର ଦାର୍ଢ୍ୟତା, ଯାତ୍ରା ୟା କାଳଜୟୀ, ସାମ୍ପ୍ରତିକ ବ୍ରହ୍ମବାକ୍ୟ ଭଳି ଅନେକ ସାହିତ୍ୟ କୃତି ପାଇଁ ସେ ଅନେକ ପ୍ରଶଂସା ଅର୍ଜନ କରିଛନ୍ତି ।  

ନିଜର ଉତ୍କୃଷ୍ଟ ସାହିତ୍ୟ ସାଧନା ପାଇଁ ସେ ସମାଜ ଆଇନା ସଂସ୍ଥା ପକ୍ଷରୁ ସମାଜ ଆଇନା ସମ୍ମାନ (୨୦୧୧ ଏବଂ ୨୦୧୨), କେନ୍ଦୁଝର ବିକାଶ ଫୋରମ୍‍ ପକ୍ଷରୁ କେନ୍ଦୁଝର ସମ୍ମାନ (୨୦୧୨), କେନ୍ଦୁଝରସ୍ଥ ଜୟମାତାଦି କ୍ଳବ ପକ୍ଷରୁ ସାହିତ୍ୟ ସମ୍ମାନ (୨୦୧୧), ଦୂରଦର୍ଶୀ ଅନୁଷ୍ଠାନ ପକ୍ଷରୁ ଦୂରଦର୍ଶୀ ପୁରସ୍କାର (୨୦୧୨), ପୁରୀ ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସୁନାବେଶ ସମ୍ମାନ (୨୦୧୨), କ୍ୟାପିଟାଲ ପୋଷ୍ଟର ସଂସ୍ଥା ତରଫରୁ କ୍ୟାପିଟାଲ ପୋଷ୍ଟର ପୁରସ୍କାର (୨୦୧୨), ଆମରି ପ୍ରକାଶନ, ପୁରୀ ପକ୍ଷରୁ ଆମରି ପ୍ରକାଶନ ପୁରସ୍କାର (୨୦୧୩), ସିହାଂସନ ସଂସ୍ଥା ପକ୍ଷରୁ ସିହାଂସନ ପୁରସ୍କାର (୨୦୧୩), ଇଣ୍ଡସ୍‍ ଭ୍ୟାଲି ଟାଇମ୍ସ ସଂସ୍ଥା ତରଫରୁ ବହୁମୁଖୀ ବ୍ୟକ୍ତିତ୍ୱ ପୁରସ୍କାର (୨୦୧୪), କ୍ରାନ୍ତିଧାରା ବାର୍ଷିକ ପୁରସ୍କାର (୨୦୧୫), ବାଣିଶ୍ରୀ ପୁରସ୍କାର (୨୦୧୯), ଦୂରଦର୍ଶୀ ସେବା ପୁରସ୍କାର (୨୦୨୨), ଆଦିକବି ଶାରଳା ସାହିତ୍ୟ ସମ୍ମାନ (୨୦୨୨), ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଙ୍ଘ ଦ୍ୱାରା ବିଶିଷ୍ଟ ଲେଖକ ପୁରସ୍କାର, ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ପରିଷଦ ଦ୍ୱାରା ସନ୍ଥ ଭୀମପ୍ରଭା ସମ୍ମାନ, ପୁରୀ ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଉତ୍କଳ ରତ୍ନ ସମ୍ମାନ (୨୦୨୨) ପାଇ ଓଡ଼ିଆ ଭାଷା ସାହିତ୍ୟରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ପ୍ରତିଷ୍ଠା ସ୍ଥାପନ କରିଛନ୍ତି । ଅଧୁନା ଓଡ଼ିଶା ସରକାରଙ୍କ ଖଣି ନିର୍ଦ୍ଦେଶାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ।


ରଚନାବଳୀ
ଉପନ୍ୟାସ
କ୍ଷୁଦ୍ରଗଳ୍ପ ସଂକଳନ

Copyright © 2024 Odia Virtual Academy. All rights reserved      Total Visitors-   1

scroll