ଶ୍ରୀ ଅପୂର୍ବ ରଞ୍ଜନ ରାୟ

ଆବିର୍ଭାବ :- ୦୨-୧୦-୧୯୪୮
ତିରୋଧାନ :- ୨୭-୦୮-୨୦୧୬
ଜନ୍ମସ୍ଥାନ :- ଓଡ଼ିଶା ପ୍ରଦେଶସ୍ଥ, ଭଦ୍ରକ

ଆଆଧୁନିକୋତ୍ତର ଓଡ଼ିଆ ସାହିତ୍ୟଜଗତରେ ସମାଲୋଚକ ହିସାବରେ ବିଶେଷଗାବେ ଜଣରଶୁଣା ଅପୂର୍ବ ରଞ୍ଜନ ରାୟ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ବିନୋଦ ବିହାରୀ ରାୟ ଓ ମାତା ନିଶାମଣି ଦେବୀ । ‘ବିଶ୍ଵ ବରେଣ୍ୟ ସ୍ଵାମୀ ବିବେକାନନ୍ଦ’, ‘ମହାପୁରୁଷ ଶ୍ରୀ ରାମକୃଷ୍ଣ ପରମହଂସ’, ‘ମମତାମୟୀ ଶାରଦାଦେବୀ’ ‘ଆଚାର୍ଯ୍ୟ ହରିହର’, ‘ସାରସ୍ଵତ ପୁରୁଷ କାନ୍ତକବି ଲକ୍ଷ୍ମୀକାନ୍ତ’, ‘କୁନ୍ତଳା କୁମାରୀ : ଜୀବନୀ ଓ ପ୍ରତିଭା’, ‘କେତୋଟି ଅଲିଭା ଶିଖା’ ଆଦି ତାଙ୍କ ରଚିତ ଜୀବନୀମୂଳକ ଗ୍ରନ୍ଥ । ‘କବିତା ବୀକ୍ଷା’, ‘ଆଧୁନିକ କବିତାର ଦିଗ୍‌ଦର୍ଶନ’, ‘କାନ୍ତକବି ସୃଷ୍ଟି ସମୀକ୍ଷା’, ‘ସାହିତ୍ୟ ସୂଚୀରୁ କେତେକ’ ଆଦି ତାଙ୍କଦ୍ୱାରା ସମ୍ପାଦିତ ଓ ସଂକଳିତ । ଶିଶୁମାନଙ୍କପାଇଁ ‘ଟିକି ଫୁଲ’ ଓ ‘ଚକା ଚକା ଭଉଁରୀ’ ନାମରେ ପୁସ୍ତକ ରଚନା କରି ଶିଶୁସାହିତ୍ୟରେ ନିଜ ସଫଳତାର ନିଦର୍ଶନ ଛାଡ଼ିଯାଇଛନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶପାଇଁ ତାଙ୍କ ଉଦ୍ୟମ ସୁବିଦିତ । ସେ ଜଣେ ସୁସଂଗଠକ ଓ ବାଗ୍ମୀ ଥିଲେ ।


ରଚନାବଳୀ
ଶିଶୁ ସାହିତ୍ୟ

Copyright © 2024 Odia Virtual Academy. All rights reserved      Total Visitors-   1

scroll