ପଣ୍ଡିତ ଗୋପୀନାଥ କର

ଆବିର୍ଭାବ :- ୧୮୭୦
ତିରୋଧାନ :- ୧୯୩୦
ଜନ୍ମସ୍ଥାନ :- ମୂଳବସନ୍ତ, କଟକ

ବିଂଶ ଶତାବ୍ଦୀରେ ଯେଉଁ କତିପୟ ସ୍ଵନାମଧାନ୍ୟ ଓଡ଼ିଆକବିମାନଙ୍କ ନାମ ସ୍ଵତଃସ୍ଫୂର୍ତ୍ତଭାବେ ସାହିତ୍ୟଫ୍ରେମୀଙ୍କ ମନରେ ଉଙ୍କିମାରେ, ସେମାନଙ୍କ ମଧ୍ୟରୁ ପଣ୍ଡିତ ଗୋପୀନାଥ କର ଅନ୍ୟତମ । ବହୁ ସଂସ୍କୃତ ପୁରାଣକୁ ସେ ସରଳ ଓଡ଼ିଆ ଭାଷାରେ ଚଉଦଅକ୍ଷରୀ ବୃତ୍ତରେ ଅନୁବାଦ କରିଛନ୍ତି । ଅରୁଣୋଦୟ ପ୍ରେସ୍‌ଦ୍ଵାରା ପ୍ରକାଶିତ ଅଧିକାଂଶ ପୁରାଣ ତାଙ୍କରି ଅନୁବାଦ କୃତି । କଟକ ଜିଲ୍ଲା ଅନ୍ତର୍ଗତ ମୂଳବସନ୍ତ ଗ୍ରାମର ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ୧୮୭୦ ମସିହାରୁ ୧୯୩୦ ମସିହା ପର୍ଯ୍ୟନ୍ତ ସେ ଜୀବିତ ଥିବା ଜଣାଯାଏ । ଅନୁବାଦ ପୁରାଣ ବ୍ୟତୀତ ରାଗରାଗିଣୀ-ସମ୍ବଳିତ ୭୮ ଛାନ୍ଦବିଶିଷ୍ଟ ‘ବିଚିତ୍ର ବିଲଙ୍କା’ ନାମରେ କବିଙ୍କର ଏକ ମୌଳିକ କାବ୍ୟକୃତି ମଧ୍ୟ ରହିଛି । ଶାରଳା ଦାସଙ୍କ ଲିଖିତ 'ବିଲଙ୍କା ରାମାୟଣ’ର ଏହା ଅନ୍ୟ ରୂପ । ଗ୍ରନ୍ଥର ମଙ୍ଗଳାଚରଣରେ କବି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି –

ସାରଳା ଦାସ ତୋ ପଦ ଧ୍ୟାଇ ଗୋ

ନ ଶୁଣି ନ ପଢ଼ି ଶାସ୍ତ୍ର ହୋଇଲା ପଣ୍ଡିତ

ଲେଖିଲା ବିଲଙ୍କା କାଣ୍ଡ ରାମଙ୍କ ଚରିତ

ପଦ ଛନ୍ଦି ଗୋ ।

କରିବଇଁ ତାକୁ ଛାନ୍ଦବନ୍ଦୀ ଗୋ ।୪। (୧ମ/୩-୪)

ଛାନ୍ଦଗୁଡ଼ିକ ସଂକ୍ଷିପ୍ତ, ସଂଳାପଧର୍ମୀ ଏବଂ ରାଗ ଓ ତାଳ ନିର୍ଦ୍ଦେଶ ସହ ରଚିତ ହୋଇଥିବାରୁ ‘ବିଚିତ୍ର ରାମାୟଣ’ ସଦୃଶ ଅଭିନୟ ଉଦ୍ଦେଶ୍ୟରେ ଏହାର ପରିକଳ୍ପନା । କବିଙ୍କ ଭଣିତାରେ ‘ଅକ୍ରୁର ବୋଲି’ ଓ ‘ନାମରତ୍ନ ଚଉତିଶା’ ନାମରେ ଅନ୍ୟ ଦୁଇଟି କ୍ଷୁଦ୍ର ରଚନା ମଧ୍ୟ ଉପଲବ୍ଧ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll