ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର

ଆବିର୍ଭାବ :- ପୌଷ କୃଷ୍ଣ ଚତୁର୍ଦ୍ଦଶୀ, ୧୮୮୮
ତିରୋଧାନ :- ୧୩-୦୪-୧୯୬୭
ଜନ୍ମସ୍ଥାନ :- ଦଶପଲ୍ଲା, ନୟାଗଡ଼

ତତ୍କାଳୀନ ପୁରୀ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲାରେ ଜନ୍ମିତ ଗୋବିନ୍ଦଚନ୍ଦ୍ର ମିଶ୍ର ଥିଲେ ଏକାଧାରରେ ଜଣେ ମହାନ ଗାନ୍ଧିବାଦୀ ତଥା ସ୍ଵାଧୀନତା ସଂଗ୍ରାମୀ ଏବଂ ଜାତୀୟତାବାଦୀ ଲେଖକ । ତାଙ୍କର ପିତା-ମାତା ଥିଲେ ବୈଦ୍ୟନାଥ ମିଶ୍ର ଓ କମଳା ଦେବୀ । ସେ ୧୮୮୮ ମସିହା ପୌଷ କୃଷ୍ପ୍ରାଣ ଚର୍ତୁଦ୍ଦଶୀରେ ଜନ୍ମ ଗ୍ରହଣ କରିଥିଲେ । ପ୍ରାଥମିକ ଶିକ୍ଷା ସମାପ୍ତି ପରେ ସେ କଟକରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ଦଶପଲ୍ଲା ପ୍ରଜାମେଳିର ରାଜସାକ୍ଷୀ ହେବାପାଇଁ ମନା କରିଦେବାରୁ ଧରାପଡ଼ିଯିବା ଭୟରେ ସାବରମତି ଆଶ୍ରମରେ ଆତ୍ମଗୋପନ କରିଥିଲେ । ନିଜର ନିରାଡ଼ମ୍ବର ଜୀବନଶୈଳୀ ତଥା ସଚ୍ଚୋଟପଣିଆ ଯୋଗୁଁ ସେ ଗାନ୍ଧିଜୀଙ୍କର ପ୍ରିୟ ହୋଇପାରିଥିଲେ । ସନ୍ଥ ବିନୋବାଙ୍କ ସହ ଅବସ୍ଥାନ କରିଥିବାରୁ ଗୋବିନ୍ଦଚନ୍ଦ୍ରଙ୍କ ଉପରେ ତାଙ୍କର ଗଭୀର ପ୍ରଭାବ ପଡ଼ିଥିଲା । ସ୍ଵାଧୀନତା ପ୍ରେମରେ ମତୁଆଲା ହୋଇ ସେ ନିଜର ଅପ୍ରତିହତ ଲେଖନୀ ଚାଳନାପୂର୍ବକ ସର୍ଜନା କରିଥିଲେ ‘ଜାତୀୟ ଜୀବନର ଆତ୍ମବିକାଶ’, ‘କାରାଗାର କାହାଣୀ’, ‘ଦେଶର ଆହ୍ଵାନ’, ‘ଜାତିର ଆହ୍ଵାନ’, ‘ଗୀତା ଓ ସ୍ଵରାଜ୍ୟ’, ‘ସତ୍ୟବାଣୀ’, ‘ଅନାସକ୍ତି ଯୋଗ’ ପରି ଅଗଣିତ ଜନପ୍ରିୟ ସୃଷ୍ଟି ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll