ଶ୍ରୀ କାହ୍ନୁ ଚରଣ ମହାନ୍ତି

ଆବିର୍ଭାବ :- ୧୧-୦୮-୧୯୦୬
ତିରୋଧାନ :- ୦୭-୦୪-୧୯୯୪
ଜନ୍ମସ୍ଥାନ :- ନାଗବଳି, କଟକ

ଓଡ଼ିଆ ସାହିତ୍ୟାକାଶର ଜଣେ ସୁପ୍ରସିଦ୍ଧ ସାହିତ୍ୟ ସ୍ରଷ୍ଟାରୂପେ ଶ୍ରୀ କାହ୍ନୁଚରଣ ମହାନ୍ତି ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କର ଉଚ୍ଚକୋଟୀର ସାହିତ୍ୟ ସାଧନା ପାଇଁ ସେ କାଳାବଧି ପାଠକ ହୃଦୟରେ ବଞ୍ଚିରହିବେ । ଜଣେ ଶ୍ରେଷ୍ଠ ଓଡ଼ିଆ ଔପନ୍ୟାସିକଭାବେ ଓଡ଼ିଆ ସାହିତ୍ୟ ସାମ୍ରାଜ୍ୟରେ ଜଣେ ଅଗ୍ରଣୀ ଯୁଗପ୍ରବର୍ତ୍ତକ ଭାବରେ ସେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ଏହି ସାରସ୍ଵତ ସାଧକ ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲା ଅନ୍ତର୍ଗତ ନାଗବଳି ଗ୍ରାମରେ ଭୂମିଷ୍ଠ ହୋଇ ସମଗ୍ର ଓଡ଼ିଶାକୁ ଗୌରବାନ୍ଵିତ କରିଥିଲେ । ଶୈଶବରୁ କାହ୍ନୁଚରଣଙ୍କର ସାହିତ୍ୟ ପ୍ରତି ଗଭୀର ଆକର୍ଷଣ ଥିଲା । ଫକୀର ମୋହନ ସେନାପତିଙ୍କ ରଚନାଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢ଼ିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସେ କବିତା ଲେଖିବାରେ ମନୋନିବେଶ କରିପାରୁନଥିଲେ । ତାଙ୍କୁ ଲାଗୁଥିଲା– ଯଦି ସଂସ୍କୃତରେ କବିତା ଲେଖିନପାରିଲି, ତେବେ ଜଣେ କବି ବୋଲାଇବାର କୌଣସି ଯଥାର୍ଥତା ରହିବ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କର ହୃଦ୍‌ବୋଧ ହେଲା ଯେ, ପୁରୁଷ ପୁରୁଷ ଧରି  ଚଳିଆସିଥିବା ଭାଷାରେ ଗପ ଉପନ୍ୟାସ ମଧ୍ୟ ଲେଖାଯାଇପାରିବ । ତାପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ । ଲୋକପ୍ରିୟ ‘କା’ ଉପନ୍ୟାସ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଏତଦ୍‌ବ୍ୟତୀତ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ । ‘ବାଲିରାଜା’, ‘ହା ଅନ୍ନ’, ‘ଅଦେଖା ହାତ’ ଓ  ‘ତୁଣ୍ଡବାଇଦ’ ପରି ଅନେକ କାଳଜୟୀ ସୃଷ୍ଟି ପାଇଁ ସେ ଅମର ହୋଇ ରହିବେ ।


ରଚନାବଳୀ
କାବ୍ୟ

Copyright © 2024 Odia Virtual Academy. All rights reserved      Total Visitors-   1

scroll