ଶ୍ରୀ ଆନନ୍ଦଚନ୍ଦ୍ର ମିଶ୍ର

ଆବିର୍ଭାବ :- ୦୩-୦୬-୧୯୧୦
ଜନ୍ମସ୍ଥାନ :- ଚାହାଳୀ, ନୟାଗଡ଼

ସାରସ୍ଵତ ସାଧକ ଆନନ୍ଦ ଚନ୍ଦ୍ର ମିଶ୍ର ନୟାଗଡ଼ ଜିଲ୍ଲା ଚାହାଳୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବହୁମୁଖୀ ପ୍ରତିଭାଧାରୀ ଶ୍ରୀ ମିଶ୍ର ଏକାଧାରରେ ଜଣେ ଉଚ୍ଚକୋଟୀର ଔପନ୍ୟାସିକ ଏବଂ କବି ଥିଲେ । ବିଭୁବୋଧ ଓ ଜଟିଳ ସାମାଜିକ ଜୀବନଚର୍ଯ୍ୟାକୁ ସେ ତାଙ୍କର ସାହିତ୍ୟି ରଚନାରେ ଅତି ସୁନ୍ଦରଭାବେ ଚିତ୍ରଣ କରିଛନ୍ତି । ‘ରକ୍ତଚିତା’, ‘ନିର ଦୁନିଆ’, ‘ପ୍ରେମ ପରୀକ୍ଷା’ ଓ ‘ବିଷଫଳ’ ଭଳି ଅନେକ କାଳଜୟୀ ଉପନ୍ୟାସ ତାଙ୍କ ଉତ୍କୃଷ୍ଟ ରଚନା ଶୈଳୀର ନିଚ୍ଛକ ଉଦାହରଣ । ସାହିତ୍ୟ ସାଧନାକୁ ନିଜ ଜୀବନର ଏକମାତ୍ର ବ୍ରତରୂପେ ଗ୍ରହଣ କରିଥିବା ଶ୍ରୀ ମିଶ୍ରଙ୍କ ଅପ୍ରତିହତ ଲେଖନୀରୁ ‘ଉତ୍ସ’, ‘କଳ୍ପନା କୁଞ୍ଜ’, ‘ରତ୍ନାଞ୍ଜଳି ରତ୍ନାକର', ‘ଫୁଲ ଫଳ’, ‘ଚନ୍ଦ୍ରାବତୀ’ ଓ ‘ରଣତାଣ୍ଡବ’ ଭଳି ହୃଦୟସ୍ପର୍ଶୀ କବିତାସଂବଳିତ ପୁସ୍ତକମାନ ଆତ୍ମପ୍ରକାଶ କରିଥିଲା । ନିଜର ସୁନ୍ଦର ଓ ସାବଲୀଳ ସାହିତ୍ୟ ସର୍ଜନା ପାଇଁ ନୟାଗଡ଼ ରାଜାଙ୍କଦ୍ୱାରା ସେ ‘କବିଭୂଷଣ’ ଉପାଧିରେ ଭୂଷିତ ହୋଇଥିଲେ ।


ରଚନାବଳୀ
ଗଳ୍ପ ସଂକଳନ

Copyright © 2024 Odia Virtual Academy. All rights reserved      Total Visitors-   1

scroll