କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ

ଆବିର୍ଭାବ :- ୧୧-୧୦-୧୮୯୪
ତିରୋଧାନ :- ୧୮-୦୮-୧୯୬୮
ଜନ୍ମସ୍ଥାନ :- କୁଆଁସପୁର, ଯାଜପୁର

କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ତତ୍କାଳୀନ ଯାଜପୁର ଜିଲ୍ଲାର କୁଆଁସପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲେଖକ, ଔପନ୍ୟାସିକ, ଗାୟକ, ତଥା ସଙ୍ଗୀତଜ୍ଞଭାବେ ସେ ଏକାଧାରରେ ବିବିଧ-ପ୍ରତିଭାଧାରୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ଯାତ୍ରା ନାଟକ, ଗୀତ, ପାଲା-ଉପଯୋଗୀ କାବ୍ୟ, ଉପନ୍ୟାସ, ଗଳ୍ପ ଓ ଅନ୍ୟାନ୍ୟ ଗଦ୍ୟ ରଚନାରେ କୃଷ୍ଣପ୍ରସାଦଙ୍କର ଗଭୀର ପ୍ରବେଶ ରହିଥିଲା ।

 କବିମଞ୍ଜୁଳ ନାଟ୍ୟ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟ ସଂଗଠକ ଥିଲେ । ସେ ଯାଜପୁରରେ ‘ବିରଜା ଅପେରା’, ଭଦ୍ରକରେ ‘ଶ୍ୟମସୁନ୍ଦର ଥିଏଟର’, ବ୍ରହ୍ମପୁରରେ ‘ନାଟ୍ୟମନ୍ଦିର’ ଓ ବସ୍ତାରେ ‘ବାସନ୍ତୀ ଥିଏଟର’ ପ୍ରତିଷ୍ଠାତା କରିଥିଲେ । ‘ସଙ୍ଗୀତ ଫୁଲହାର’, ‘ପ୍ରସାଦ ଗୀତାବଳୀ’, ‘ଅଳକାନନ୍ଦା’, ‘ପ୍ରସାଦ ପଦ୍ୟାବଳୀ’ ଓ ‘ପରିକଳ୍ପନା’ ଆଦି ଗୀତିଗ୍ରନ୍ଥର ସେ ରଚୟିତା । ସେ ପାଲା-ଉପଯୋଗୀ ୩୭ ଖଣ୍ଡ ପୁସ୍ତକ ରଚନା କରିଛନ୍ତି ।

ନାଟକ ଉଦ୍ଦେଶ୍ୟରେ ଗୀତ ରଚନା କରିବା ସହିତ ଗ୍ରାମଫୋନ କମ୍ପାନି ପାଇଁ ମଧ୍ୟ ଗୀତରଚନା କରିଥିଲେ । ପ୍ରାୟ ପନ୍ଦରଶହରୁ ଅଧିକ ଗୀତ ରଚନା କରି ସେ ଇତିହାସ ରଚିଥିଲେ । କବିମଞ୍ଜୁଳ ‘ଏଚ୍‍ଏମ୍‍ଭି କମ୍ପାନି’ ଓଡ଼ିଆ ବିଭାଗର ତାଲିମଦାତା ଥିଲେ । ସେ ‘ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ର ପାଇଁ ମଧ୍ୟ  ଗୀତ ରଚନା କରିଥିଲେ । ନିଜର ଅଗାଧ ପାଣ୍ଡିତ୍ୟ ଓ କାବ୍ୟ-ପାରଦର୍ଶିତା ଯୋଗୁଁ ସେ ମର୍ଯ୍ୟାଦାପୂର୍ଣ୍ଣ ‘କବିମଞ୍ଜୁଳ’ ଉପାଧିରେ ଭୂଷିତ ହୋଇଥିଲେ ।

 


ରଚନାବଳୀ
ଲଳିତ ନିବନ୍ଧ

Copyright © 2024 Odia Virtual Academy. All rights reserved      Total Visitors-   1

scroll