କବିଶେଖର ଚିନ୍ତାମଣି ମହାନ୍ତି

ଆବିର୍ଭାବ :- ୧୬-୦୩-୧୮୬୭
ତିରୋଧାନ :- ୧୭-୧୨-୧୯୪୩
ଜନ୍ମସ୍ଥାନ :- ଅସ୍ତଳ, ଭଦ୍ରକ

 

ଆଧୁନିକ ଓଡ଼ିଶାର ଭଦ୍ରକ ନିକଟସ୍ଥ ଅସ୍ତଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଆ କାବ୍ୟ ଓ ଉପନ୍ୟାସ ଜଗତର ଜଣେ ଜାଜ୍ଜ୍ୱଲ୍ୟମାନ ତାରକା  ଶ୍ରୀ ଚିନ୍ତାମଣି ମହାନ୍ତି । ପିତା ମଦନ ମୋହନ ଓ ମାତା ନେତ୍ରମଣି । ପ୍ରାରମ୍ଭିକ ଜୀବନରେ ଶିକ୍ଷକତାକୁ ବୃତ୍ତିରୂପେ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଥିବା ଅଦମ୍ୟ ଆକର୍ଷଣ ତାଙ୍କୁ ସମ୍ମାନର ଶୀର୍ଷ ଆସନରେ ଆସୀନ କରାଇଥିଲା । ପତ୍ରପତ୍ରିକା ସମ୍ପାଦନା କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଥିଲା । ସେ ଦୀର୍ଘଦିନ ଧରି ହିତବାଣୀ ଓ ସ୍ୱଦେଶ ଲକ୍ଷ୍ମୀ ପତ୍ରିକାର ସଂପାଦନା ଦାୟିତ୍ୱ ସଫଳଭାବେ ସମ୍ପାଦନ କରିଥିଲେ । ନିଜର ସଂଘର୍ଷପୂର୍ଣ୍ଣ ଜୀବନର ଉତ୍‌ଥାନ-ପତ୍ତନ ମଧ୍ୟରେ ସାହିତ୍ୟ ସାଧନାରୁ କେବେ ବି ଚ୍ୟୁତ ନ ହୋଇ ରଚିଯାଇଛନ୍ତି ଅଗଣିତ ଉପନ୍ୟାସ, କାବ୍ୟ, ଖଣ୍ଡକାବ୍ୟ ଓ ହୃଦୟସ୍ପର୍ଶୀ କବିତା । ମହାରାଜା ବିକ୍ରମଦେବ ବର୍ମାଙ୍କ ପୃଷ୍ଠପୋଷକତା ଯୋଗୁଁ ସେ ‘କବିଶେଖର’ ଉପାଧିରେ ଭୂଷିତ ହୋଇଥିଲେ । ଘୁମୁସରଉତ୍କଳ କମଳାମହେନ୍ଦ୍ରସାଳନ୍ଦିମେଘାସନସୁରଙ୍ଗୀଗଞ୍ଜାମ ଭ୍ରମଣଜୟପୁର ପରି ସୁନ୍ଦର କାବ୍ୟ, ସନ୍ଧ୍ୟାତାରାକଳ୍ପନା କୁଞ୍ଜପତ୍ର ପୁଷ୍ପଶତଦଳ ପରି ଲୋକପ୍ରିୟ ଖଣ୍ଡ କାବ୍ୟ ଏବଂ ରୂପା ଚୁଡ଼ିବୁଲା ଫକୀରଶନିସପ୍ତାଟଙ୍କା ଗଛଯୁଗଳମଠ ପରି କାଳଜୟୀ ଉପନ୍ୟାସମାନ ଉତ୍କଳ ଭାରତୀଙ୍କୁ ତାଙ୍କର ମହାର୍ଘ ଅବଦାନ । ତାଙ୍କର ଆତ୍ମଜୀବନୀ ‘ଜୀବନ ପଞ୍ଜିକା’ ତାଙ୍କ ମୃତ୍ୟୁର ଅନେକ ବର୍ଷ ପରେ ପ୍ରକାଶିତ ହୋଇଥିଲା ।


ରଚନାବଳୀ
କବିତା ସଂକଳନ
ଧର୍ମ-ଦର୍ଶନ
ଗୀତିକବିତା ସଂକଳନ
ପ୍ରବନ୍ଧ ସଂକଳନ
କ୍ଷୁଦ୍ରଗଳ୍ପ ସଂକଳନ
ଆଲୋଚନା ଓ ସମାଲୋଚନା

Copyright © 2024 Odia Virtual Academy. All rights reserved      Total Visitors-   1

scroll