ଶ୍ରୀ ବାମାଚରଣ ମିତ୍ର

ଆବିର୍ଭାବ :- ୧୦-୧୨-୧୯୧୫
ତିରୋଧାନ :- ୨୧-୦୨-୧୯୨୫
ଜନ୍ମସ୍ଥାନ :- ପୁରୁଷୋତ୍ତମ, ଯାଜପୁର

ଓଡ଼ିଆ ଭାଷାକୁ ଏକ ସୁନ୍ଦର ତଥା ଉତ୍କୃଷ୍ଟ ଭାଷାର ସମ୍ମାନ ଦେବାରେ ଯେଉଁ କେତେଜଣ ସାଧକ ନିରବଚ୍ଛିନ୍ନ ଉଦ୍ୟମ କରିଛନ୍ତି, ସେମାନଙ୍କ ମଧ୍ୟରୁ ବାମାଚରଣ ମିତ୍ର ଅନ୍ୟତମ । ସେ ଓଡ଼ିଆରେ ନବେରୁ ଅଧିକ କ୍ଷୁଦ୍ରଗଳ୍ପ, ତିନୋଟି ଉପନ୍ୟାସ ଓ ଅନୁବାଦ ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚିତ ପ୍ରମୁଖ ଉପନ୍ୟାସମାନ ହେଲା ‘କୀର୍ତ୍ତିଯସ୍ୟ’, ‘ନରଛଞ୍ଚାଣ’ ତଥା ଗଳ୍ପ ସଂକଳନମାନ ହେଲା ‘ସ୍ୱପ୍ନସିଦ୍ଧ’, ‘ବଟ ମହାପୁରୁଷ’, ‘ଅସୀମ’ ଓ ‘ମହାପୁରୁଷ ବାଗ’ । ସେ ପ୍ରବନ୍ଧ ସଂକଳନ ‘ଏଣୁଶ୍ଚ ତେଣୁଶ୍ଚ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କର ଅନେକ ଲେଖା ବଙ୍ଗଳା, ଇଂରାଜୀ ଓ ତେଲୁଗୁ ଭାଷାରେ ଅନୁବାଦ କରାଯାଇଥିବା ବେଳେ ‘ପିତା ଓ ପୁତ୍ର’ ଗଳ୍ପଟି ସ୍ପାନିଶ୍‌ ଭାଷାରେ ଅନୁଦିତ ହୋଇଛି । ସେ ପ୍ରାରମ୍ଭିକ ଜୀବନରେ ଜଣେ କ୍ରିକେଟ ଖେଳୁଆଡ଼ ଓ ସନ୍ତରଣକାରୀ ଥିଲେ । ପ୍ରାୟ ପଚାଶ ବର୍ଷ ବୟସ ଆଡ଼କୁ ତାଙ୍କର ସ୍ୱାସ୍ଥ୍ୟର ଅବନତି ଘଟିଥିଲା । ସେ ଦେଶ ସ୍ୱାଧୀନ ହେବାର ବହୁ ପୂରବରୁ ସାହିତ୍ୟ ଲିଖନ କରିଥିଲେ ଓ ସ୍ୱାଧୀନତାର ପରବର୍ତ୍ତୀ ଅବସ୍ଥା ପର୍ଯ୍ୟନ୍ତ ଏହା ଅବ୍ୟାହତ ରହିଥିଲା । ସ୍ୱାଧୀନତା ପରର ଓଡ଼ିଶା, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ପୃଥିବୀର ସାମାଜିକ ଅବସ୍ଥା ତାଙ୍କ ଲେଖାର ମୁଖ୍ୟ ଭିତ୍ତିଭୂମି ଥିଲା । ୧୯୫୦ ମସିହାରେ ପ୍ରକାଶିତ ଉପନ୍ୟାସ ‘କୀର୍ତ୍ତିଯସ୍ୟ’ ତାଙ୍କ ରଚିତ ପ୍ରଥମ ଉପନ୍ୟାସ । ପରେ ସେ ପାଶ୍ଚାତ୍ୟ ସାହିତ୍ୟର ଅନୁସରଣରେ ‘ନରଛଞ୍ଚାଣ’ ଉପନ୍ୟାସ ରଚନା କରିଥିଲେ । ତାଙ୍କ ରଚିତ ପ୍ରମୁଖ ଗଳ୍ପ ସଂକଳନମାନ ହେଲ ‘ସ୍ୱପ୍ନସିଦ୍ଧ’, ‘ବଟ ମହାପୁରୁଷ’, ‘ଅସୀମ’ ଓ ‘ମହାପୁରୁଷ ବାଗ’ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll